The Financial Express
ଭୁବନେଶ୍ବର: ଓଡ଼ିଶାର ୩ଟି ଜିଲ୍ଲାରେ କରାଯାଇଥିଲା ସେରୋ ସର୍ଭେ। ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ପରେ ଏହାକୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ସର୍ଭେରୁ ଗୋଷ୍ଠୀ ଆଣ୍ଟିବଡି ୬୫.୧୨ ପ୍ରତିଶତ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଣ୍ଟିବଡି ୮୫ ପ୍ରତିଶତ ରହିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାରେ ୭୦.୯ , ରାୟଗଡା ଜିଲ୍ଲାରେ ୬୩ ଏବଂ କୋରାପୁଟ ଜିଲ୍ଲାରେ ୬୩ ପ୍ରତିଶତ ସେରୋ ପଜିଟିଭିଟି ବା ଆଣ୍ଟିବଡି ଚିହ୍ନଟ ହୋଇଛି ।
ଏହି ସୂଚନା ଆଗାମୀ ଦିନରେ ରାଜ୍ୟରେ କରୋନା ତୃତୀୟ ଲହରକୁ ପ୍ରତିହତ କରିପାରିବ ବୋଲି ବିଶେଷଜ୍ଞମାନେ ଆଶା ପୋଷଣ କରିଛନ୍ତି । ଜୁନ୍ ୧୬ରୁ ଜୁନ୍ ୨୦ ତାରିଖ ମଧ୍ୟରେ ସଂଗ୍ରହ କରାଯାଇଥିଲା ନମୁନା। ଏଥିରୁ ସର୍ବସାଧାରଣରୁ ୧ ହଜାର ୨୩୦ ନମୁନା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ୩୧୧ ନମୁନା ସଂଗ୍ରହ ହୋଇଥିଲ।।
Follow Us