ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ, ପିସ୍ତଲ ଜବତ

Advertisment

ହତ୍ୟା ପଛରେ ପ୍ରେମ: ପୁଲିସର ସନ୍ଦେହ

ହତ୍ୟା ପଛରେ ପ୍ରେମ: ପୁଲିସର ସନ୍ଦେହ

ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ, ପିସ୍ତଲ ଜବତ

ପୁରୀ: ଆଜି ଜଣେ ସେବାୟତଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ନିହତ ସେବାୟତ ହେଉଛନ୍ତି ଶିବରାମ ପାତ୍ର। ଶିବରାମ ନିଜ ବାଇକ୍‌ରେ ବସି ଫୋନ୍‌ରେ କଥା ହେଉଥିବା ବେଳେ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି କରାଯାଇଛି। ତାଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।। ତାଠାରୁ ପିସ୍ତଲ ଜବତ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡୀସାହି ନିକଟ ତଳୁଚ୍ଛସାହିର ଶିବରାମ ପାତ୍ର ଆଜି ରାତି ପ୍ରାୟ ୯ଟା ସମୟରେ ବାଇକ୍‌ରେ ବସି ମୋବାଇଲ୍‌ ଫୋନ୍‌ରେ କଥା ହେଉଥିଲେ। ଏହି ସମୟରେ ହଠାତ ସେଠାରେ ତଳୁଚ୍ଛସାହିର ଚନ୍ଦନ ବାରିକ ଅନ୍ୟ ଜଣକ ସହିତ ଏକ ବାଇକ୍‌ରେ ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରିଥିଲା। ପ୍ରାୟ ଚାରି ରାଉଣ୍ଡ ଗୁଳି ଫୁଟାଇଥିବା ବେଳେ ଦୁଇଟି ଗୁଳି ଶିବରାମଙ୍କ ମୁଣ୍ଡରେ ବାଜିଥିଲା। ଗୁଳିମାଡ଼ରେ ଶିବରାମ ଟଳିପଡ଼ିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ଶ୍ରୀମନ୍ଦିର ସମ୍ମୁଖରେ ଗୁଳିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ପୁଲସ ଅଧିକାରୀ ପଞ୍ଚିଥିଲେ। ମୁଖ୍ୟ ଅଭିଯୁକ୍ତ ତଳୁଚ୍ଛସାହିର ଚନ୍ଦନ ବାରିକ(୨୧)କୁ ପୁଲିସ ଧରିଛି। ତା ନିକଟରୁ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଛି। ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟାପାର ରହିଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ କହିଛି ଯେ ହତ୍ୟା ଅଭିଯୁକ୍ତ ଚନ୍ଦନ ବ‌ାରିକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା। ସମ୍ପୃକ୍ତ ଯୁବତୀଙ୍କ ସମ୍ପର୍କୀୟ ଶିବରାମ ଏହାକୁ ବିରୋଧ କରୁଥିଲେ। ଏହା ଚନ୍ଦନ ଜାଣିବା ପରେ ତା’ର ଶିବରାମଙ୍କ ଉପରେ ରାଗ ରହିଥିଲା। ଆଜି ସେ ଫୋନ୍‌ରେ କଥା ହେଉଥିବା ବେଳେ ହଠାତ ସେଠାରେ ଚନ୍ଦନ ପହଞ୍ଚି ଗୁଳି କରି ହତ୍ୟା କରିଛି। ପୁଲିସ ତାକୁ ପଚରାଉଚରା କରୁଛି। ପଚରାଉଚରା ସମୟରେ ପ୍ରେମ ସମ୍ପର୍କରେ ବାଧା ଦେବାକୁ ନେଇ ଶିବରାମକୁ ହତ୍ୟା କରିଥିବା ନେଇ ଚନ୍ଦନ ସୂଚନା ଦେଇଥିବା ଜଣାପଡ଼ିଛି। ତେବେ ହତ୍ୟାକାଣ୍ଡ ପରେପୁରୀ ସହରରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe