କୁଚିଣ୍ଡା : କୁଚିଣ୍ଡା ସହର ତଥା ଆଖପାଖରେ ଲୋକଙ୍କୁ କରୋନା ସମୟରେ ନିଃଶୁଳ୍କ ମେଡିକାଲ ସେବା ଯୋଗାଇ ଦେବାକୁ ମାରୱାଡ଼ି ଯୁବମଞ୍ଚ ପକ୍ଷରୁ ସେବା ଅଫିସ ଆରମ୍ଭ କରାଯାଇଛି। କୁଚିଣ୍ଡା ପଞ୍ଚାୟତି ଧର୍ମଶାଳାରେ ୪ଟି ଅକ୍ସିଜେନ୍ ସିଲେଣ୍ଡରକୁ କୁଚିଣ୍ଡା ବିଧାୟକ କିଶୋର ନାଏକ, ଏନ୍ଏଏସି ଇଓ ମନୋଜ ତାଣ୍ଡି ଉଦ୍ଘାଟନ କରିଛନ୍ତି। ଫୋନ୍ ଯୋଗେ କିମ୍ବା ପଞ୍ଚାୟତ ଧର୍ମଶାଳା ଅଫିସକୁ ଯୋଗାଯୋଗ କଲେ ସେମାନେ କୋଭିଡ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ରାମଲାଲ ଅଗ୍ରୱାଲ, ସୁଶୀଲ ଅଗ୍ରୱାଲ, ଅତୁଲ ଅଗ୍ରୱାଲ, ଅଭିଳାଷ ଅଗ୍ରୱାଲ, ସଞ୍ଜୟ ବେହେରା, ଦିଲ୍ଲୀପ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। କୋଭିଡ ସମୟରେ ନିଜ ଜୀବନକୁ ଭୟ ନ କରି ସ୍ବେଚ୍ଛାସେବୀ ରାମଲାଲ ଅଗ୍ରୱାଲ କୋଭିଡ ରୋଗୀଙ୍କ ଘରକୁ ଯାଇ ଅକ୍ସିଜେନ ସେବା ଯୋଗାଉଥିବାରୁ ତାଙ୍କୁ ବିଧାୟକ ସମ୍ମାନିତ କରିଥିଲେ।
ମାରୱାଡ଼ି ଯୁବମଞ୍ଚ ପକ୍ଷରୁ ସେବା ଅଫିସ
Advertisment
Follow Us