ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ପ୍ରଦାନ କରାଯିବ ‘କଳିଙ୍ଗ ବୀରାଙ୍ଗନା ସମ୍ମାନ ୨୦୨୨’

Advertisment
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ପ୍ରଦାନ କରାଯିବ ‘କଳିଙ୍ଗ ବୀରାଙ୍ଗନା ସମ୍ମାନ ୨୦୨୨’

ଭୁବନେଶ୍ବର: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି କ୍ରମରେ ଚଳିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଲାଗି  ‘ଏକ ସ୍ଥାୟୀ ଆସନ୍ତାକାଲି ଲାଗି ଆଜି ଲିଙ୍ଗଗତ ସମାନତା ଜରୁରୀ’ ଶୀର୍ଷକ ଥିମ୍ ଗ୍ରହଣ କରାଯାଇଛି । ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ଏବଂ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଏବଂ ସବୁବର୍ଗର ମହିଳାଙ୍କ ସଶକ୍ତୀକରଣ ହାସଲ କରିବା ଲକ୍ଷ୍ୟ ରଖାଯାଇଛି। ସ୍ବେଚ୍ଛାସେବୀ ସଂଗଠନ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରେସ ମିଟ୍ କରାଯାଇ ମହିଳା ଦିବସ ପାଳନ ସଂପର୍କରେ ସୂଚନା ଦିଆଯାଇଛି।

ସଂଗଠନ ପକ୍ଷରୁ ମାର୍ଚ୍ଚ ୧୩ରେ  ଅଭିନୟ, କଳା, ରାଜନୀତି, ସାମାଜିକ କାର୍ଯ୍ୟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା/ ଖେଳ ଓ ସାମ୍ବାଦିକତା କ୍ଷେତ୍ରରେ ସଫଳତା ଅର୍ଜିଥିବା ମହିଳାଙ୍କୁ “କଳିଙ୍ଗ ବୀରାଙ୍ଗନା ସମ୍ମାନ ୨୦୨୨” ପ୍ରଦାନ କରାଯିବ। ଏଥିସହ ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ପଞ୍ଚମ ମହିଳା କାର୍ ରାଲି ମଧ୍ୟ ଅନୁଷ୍ଠିତ ହେବ।

ଫାଉଣ୍ଡେସନ ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁବୁଦ୍ଧି କହିଛନ୍ତି, ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ  ମହିଳାମାନଙ୍କର ଏକ କ‌ାର ରାଲି କରାଯିବ। ଏହି ରାଲି ଫୁଲନଖରାସ୍ଥିତ ଆଦିତ୍ୟ ମୋଟର୍ସଠାରୁ ପୁରୀ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ପର୍ଯ୍ୟନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଏଥିସହିତ ଚଳିତ ବର୍ଷ ଓଡ଼ିଶା ସଡ଼କ ସୁରକ୍ଷା ସୋସାଇଟି ସହାୟତାରେ ଆଗ୍ରହୀ ୫୦ଜଣ ମହଳାଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେବା ପାଇଁ ଯୋଜନା କରିଛି ସଂଗଠନ। ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ କର୍ମୀ  ପ୍ରୀତି ଧଳ ଓ  ସୁଶ୍ରୀ ଭାଲିନା ଭାଲେଣ୍ଟିନା ପ୍ରମୁଖ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ସେବା ପ୍ରୟାସ ଫାଉଣ୍ଡେସନର ନିର୍ଦ୍ଦେଶିକା ଉଜ୍ଜ୍ୱଳ ତଥା ସ୍ଥାୟୀ ଅର୍ଥନୈତିକ ରାଷ୍ଟ୍ର ଗଠନ ଲାଗି ତିନିଲିଙ୍ଗର ସାମଗ୍ରିକ ସଶକ୍ତୀକରଣ ଜରୁରୀ ବୋଲି ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe