ହାବିଲଦାରଙ୍କୁ ମାଡ଼ମାରି ସେବାୟତ ଗିରଫ

ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ପୁରୀ : ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ କାର୍ଯ୍ୟରତ ପୁଲିସଙ୍କୁ ମାଡ଼ ମାରିବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଆଜି ଜଣେ ସେବାୟତକୁ ଗିରଫ ପରେ କୋର୍ଟଚାଲାଣ କରିଛି। ଏ ସଂକ୍ରାନ୍ତରେ ସିଂହଦ୍ବାର ଥାନାରେ ପୁଲିସ ହାବିଲଦାର ସତ୍ୟନାରାୟଣ ସାହୁଙ୍କ ଅଭିଯୋଗକ୍ରମେ ୭୮/୨୩ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ସେବାୟତ ଦୋଳମଣ୍ଡପସାହିର ରାଜେଶ କର(୨୪) ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ସମୟରେ ନିଶାସକ୍ତ ଅବସ୍ଥାରେ ଦକ୍ଷିଣଦ୍ବାର ସମ୍ମୁଖ ରାସ୍ତାରେ ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ମାତ୍ର ଏହି ସମୟରେ ଦକ୍ଷିଣଦ୍ବାରରେ ଡ୍ୟୁଟି କରୁଥିବା ପୁଲିସମାନେ ତାଙ୍କୁ ଉଠାଇନଥିଲେ। ଏଥିରେ ‌ରାଜେଶ ବିରକ୍ତ ହୋଇ ଦକ୍ଷିଣଦ୍ବାରରେ ଡ୍ୟୁଟି କରୁଥିବା ପୁଲିସମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଓଏସ୍‌ଏପି ତୃତୀୟ ଆଇଆର୍‌ବି ହାବିଲଦାର ସତ୍ୟନାରାୟଣ ସାହୁଙ୍କୁ ମାଡ଼ ମାରିଥିଲା। ଦକ୍ଷିଣଦ୍ବାରରେ କୌଣସି ଅଘଟଣା ଘଠିଥିବା ଖବର ପାଇ କ୍ୟୁଆର୍‌ଟି ଟିମ୍‌ ଓ ପିସିଆର୍‌ ଭ୍ୟାନ୍‌ ପହଞ୍ଚିଥିଲା। ଏମାନଙ୍କୁ ଦେଖି ରାଜେଶ ସେମାନଙ୍କୁ ପ୍ରବଳ ଗାଳିଗୁଲଜ କରିଥିଲା। ଖବର ପାଇ ସିଂହଦ୍ବାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜେଶକୁ ଥାନାକୁ ‌ଧରିନେଇଥିଲା। ଏ ସମ୍ପର୍କରେ ହାବିଲଦାର ଶ୍ରୀ ସାହୁ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜେଶକୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe