ପୁରୀ :ମାନ୍ୟବର ସୁପ୍ରିମ୍କୋର୍ଟ ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଯାଇ ବଂଶାନୁକ୍ରମିକ ସେବା, ଦାନଦକ୍ଷିଣା ବନ୍ଦ ଭଳି ୧୨ଟି ଆଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଏହାର ପ୍ରତିବାଦରେ ସେବାୟତମାନେ ଆଜି କ୍ରାନ୍ତି ଦିବସ ପାଳିଛନ୍ତି। ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ଶ୍ରୀମନ୍ଦିର ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଦୀପଦାନ କରିଛନ୍ତି। ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀର ଆହ୍ଵାନ କ୍ରମେ ଆଜି ବିଭିନ୍ନ ନିଯୋଗର କର୍ମକର୍ତା ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଯଦି ଏହା ଉପରେ କିଛି ବିଚାର କରାନଯାଏ ତେବେ ସେବାୟତମାନେ ଶ୍ରୀମନ୍ଦିରରେ ଚାବି ପକାଇ ଗଜପତିଙ୍କୁ ଧରାଇ ଦେବେ ବୋଲି ପୁନର୍ବାର ଚେତାବନୀ ଦେଇଛନ୍ତି।
ବଂଶାନୁକ୍ରମିକ ସେବା, ଦାନଦକ୍ଷିଣା ବନ୍ଦ ପ୍ରସଙ୍ଗ : ସେବାୟତ ପାଳିଲେ କ୍ରାନ୍ତି ଦିବସ
Advertisment
Follow Us