ନବୀନ ନିବାସରେ ଶ୍ରୀମନ୍ଦିର ସେବାୟତ

ରଥଯାତ୍ରା ନୀତି ଶୃଙ୍ଖଳା ଉପରେ ଆଲୋଚନା

ଦୈତ୍ୟରାଜ ହତ୍ୟା ମାମଲା: ନବୀନ ନିବାସ ସମ୍ମୁଖରେ ପରିବାରର ଆତ୍ମାହୁତି ଉଦ୍ୟମ

Odisha News In English

ପୁରୀ : ଶ୍ରୀମନ୍ଦିର ସେବାୟତ ସୋମବାର ରାତିରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି।

ସୋମବାର ଦିନ ନିମନ୍ତ୍ରଣ ପାଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ବରିଷ୍ଠ ସେବାୟତମାନେ ନବୀନ ନିବାସ ଯାଇଥିଲେ। ବୈଠକରେ ଯୋଗଦେଇଥିବା ବରିଷ୍ଠ ସେବାୟତ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ସେବାୟତଙ୍କ ଏକ ୧୬ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଭେଟିବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ୫-ଟି ସଚିବଙ୍କ ସହିତ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ୫-ଟି ସଚିବ ଗତବର୍ଷ ଭଳି ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ସେବାୟତ ଦାନଦକ୍ଷିଣା ଉପରେ ବି ଆଲୋଚନା ହୋଇଥିଲା। ପ୍ରାପ୍ୟ ପାଉଣା ବୃଦ୍ଧି ଉପରେ ଆଲୋଚନା ହୋଇଥିବା ଶ୍ରୀ ଦାସମହାପାତ୍ର କହିଛନ୍ତି।

ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ଅନନ୍ତ ତିଆଡ଼ି, ମାଧବ ମହାପାତ୍ର, ଜଗନ୍ନାଥ କର, ଭିତର ସେବାୟତ ନିଯୋଗ ସମ୍ପାଦକ ରବୀନ୍ଦ୍ର ଦାଶ, ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ରାମମୋହନ ଗୋଚ୍ଛିକାର, ଅନାଥ ଦାସମହାପାତ୍ର, ଶ୍ୟାମସୁନ୍ଦର ପୂଜାପଣ୍ଡା, ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର, ପାଣ୍ଡବ ମହାସୁଆର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe