ସାହସିକତା ଦେଖାଇଲେ ସେବାୟତ, ଚେନ୍‌ ଲୁଟେରାକୁ ଗାଡ଼ିରୁ ଟାଣିଆଣିଲେ

Advertisment
ସାହସିକତା ଦେଖାଇଲେ ସେବାୟତ, ଚେନ୍‌ ଲୁଟେରାକୁ ଗାଡ଼ିରୁ ଟାଣିଆଣିଲେ

New Indian Express

ପୁରୀ : ଶ୍ରୀମନ୍ଦିର ପଶ୍ଚିମଦ୍ବାରରୁ ଦୁଇଜଣ ଚେନ୍‌ ଲୁଟେରା ଧରାପଡ଼ିବା ପ୍ରଛଦପଟ୍ଟରେ ରହିଛନ୍ତି ଜନୈକ ଶ୍ରୀମନ୍ଦିର ସେବାୟତ। ସେ ହେଉଛନ୍ତି ଶ୍ୟାମସୁନ୍ଦର ମହାପାତ୍ର। ଚେନ୍‌ ଲୁଟେରା ଦୁଇଜଣ କ୍ଷୀପ୍ରଗତିରେ ଗଡ଼ନ୍ତୀ ଛକ ଦେଇ ଖସି ପଳାଉଥିବାବେଳେ ଶ୍ୟାମସୁନ୍ଦର ଲୁଟେରାଙ୍କୁ ଚଳନ୍ତା ଗାଡ଼ିରୁ ଭିଡ଼ି ଆଣିଥିଲେ। ପରେ ଦୁଇଜଣ ତଳେ ପଡ଼ିଯାଇଥିଲେ। ତଥାପି ଖସି ପଳାଉଥିବାବେଳେ ଦୁଇଜଣଙ୍କୁ ମାଡ଼ି ବସିଥିଲେ ଶ୍ୟାମସୁନ୍ଦର। ପରେ ଦୁଇଜଣଙ୍କୁ ପୁଲିସ ଜିମା ଦେଇଥିଲେ।

ଘଟଣା ସଂପର୍କରେ ଶ୍ୟାମସୁନ୍ଦର କହିଛନ୍ତି କି ଆଜି ସେ ଗାଡ଼ିରେ ଗଡ଼ନ୍ତୀ ଛକ ଦେଇ ମହାପ୍ରଭୁଙ୍କୁ ଫୁଲ ଦେବାକୁ ଆସୁଥିବାବେଳେ ଏହି ଘଟଣା ଘଟିଥିଲା। ଏହି ସମୟରେ ସେବାୟତ ରାଜୀବ ପ୍ରତିହାରୀ ମହାପାତ୍ର ଶ୍ରୀମନ୍ଦିରକୁ ପାଳି ଖଟି ଚାଲି ଚାଲି ଯାଉଥିଲେ। ହଠାତ୍‌ ପଛରୁ ବାଇକ୍‌ରେ ଆସି ଦୁଇଜଣ ଚେନ୍‌ ଲୁଟେରା ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇ ଖସି ପଳାଉଥିଲେ। ପରେ ଚିତ୍କାର କରିଥିଲେ ରାଜୀବ। ଅପରପାର୍ଶ୍ବରୁ
ଆସୁଥିବା ଶ୍ୟାମସୁନ୍ଦର କାନରେ ଏହା ପଡ଼ିଥିଲା। ସଙ୍ଗେ ସଙ୍ଗେ ସେ ଦୁଇଜଣ ଲୁଟେରାଙ୍କ ଗାଡ଼ି ଆଗରେ ନିଜ ବାଇକ୍‌କୁ ରଖି ଦେଇଥିଲେ। ତଥାପି ଖସି ପଳାଉଥିଲେ ଦୁଇଜଣ। ଏତିକିବେଳେ ଶ୍ୟାମସୁନ୍ଦର ପଛରେ ବସିଥିବା ଲୁଟେରାଙ୍କ ହାତକୁ ଧରି ଟାଣି ଆଣିଥିଲେ। ଫଳରେ ଦୁଇଜଣ ଗାଡ଼ି ସହ ତଳେ ପଡ଼ି ଯାଇଥିଲେ। ପରେ ସ୍ଥାନୀୟ ଲୋକେ ଜମା ହୋଇ ବେଶ୍‌ ଉତ୍ତମମଧ୍ୟମ ବି କରିଥିଲେ। ଶ୍ୟାମସୁନ୍ଦରଙ୍କ ଏହି ସାହସିକତା ପାଇଁ ଅନେକ ପ୍ରଂଶସାର ସୁଅ ଛୁଟିଛି। ଶ୍ୟାମସୁନ୍ଦର ସେବାୟତ ହୋଇଥିଲେ ବି ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ସେ ଜଣେ ଭଲ ବଡିବିଲ୍ଡର ବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe