ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ

Advertisment
ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ

ପୁରୀ: ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗୁରୁବାର ସେମାୟତମାନେ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ସେବାୟତମାନେ ଶଙ୍କରାଚାର୍ଯ୍ୟଙ୍କର ଶରଣ ପଶିଛନ୍ତି। ସେବାୟତମାନେ କହିଛନ୍ତି, ଶ୍ରୀମନ୍ଦିରରେ ଅଣହିନ୍ଦୁ ଯେମିତି ପ୍ରବେଶ ନ କରନ୍ତି, ସେଥିପାଇଁ କିଛି ପଦକ୍ଷେପ ନିଅନ୍ତୁ ବୋଲି ନିବେଦନ କରିଛନ୍ତି। ସେହିପରି ସେବାୟତମାନେ ନିବେଦନତାର ସହିତ କହିଛନ୍ତି ଶ୍ରୀମନ୍ଦିରରେ କେଉଁ ପୁରୁଣା କାଳରୁ ବଂଶାନୁକ୍ରମ ଭାବେ ପୂଜା କରିଆସୁଛନ୍ତି। ତେଣୁ ତାଙ୍କୁ ଏହି କାମରୁ ନିବୃତ୍ତ ରଖା ନଯାଉ। ସାକ୍ଷାତକାର ସମୟରେ ଶ୍ରୀମନ୍ଦିର ପରିଚାଳନା ସମିତିର ପୂର୍ବତନ ସଦସ୍ୟ, ବିଭିନ୍ନ ନିଯୋଗର ସଭାପତି ଓ ସଂପାଦକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe