ପୁରୀରେ ୭ ଛାତ୍ରଛାତ୍ରୀ ଅସୁସ୍ଥ

Advertisment

ଟିକାକରଣ ଅଭିଯାନ ଆରମ୍ଭରୁ ବିଭ୍ରାଟ!

ଟିକାକରଣ ଅଭିଯାନ ଆରମ୍ଭରୁ ବିଭ୍ରାଟ!

ପୁରୀରେ ୭ ଛାତ୍ରଛାତ୍ରୀ ଅସୁସ୍ଥ

ପୁରୀ : ଘରେ ନପଶୁଣୁ ଚାଳ ବାଜିଲା ଭଳି ଅବସ୍ଥା। ଆଜିଠାରୁ ଜିଲ୍ଲାରେ ମିଳିମିଳା ଓ ଜର୍ମାନ ମିଳିମିଳା ରୋଗ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ହିଁ ୭ ଜଣ ଛାତ୍ରଛାତ୍ରୀ ଟିକା ନେଇ ଅସୁସ୍ଥ ହୋଇପଡ଼ିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆଜି ପୂର୍ବାହ୍ଣରେ ଏହି ଅଭିଯାନକୁ ସହରର ଗଦାଧର ହାଇସ୍କୁଲରେ ଉଦ୍‌ଘାଟନ କରୁଥିବା ବେଳେ ଚନ୍ଦନପୁର ଜାଭିୟର୍ସ ସ୍କୁଲରେ ଘଟିଥିଲା ଅଘଟଣ। ଏହି ସ୍କୁଲରେ ଟିକା ନେଇ ୬ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇପଡ଼ିଥିଲେ। ସେହିପରି ସହରର ଅନ୍ୟ ଏକ ଟିକାକରଣ କେନ୍ଦ୍ର ହରଚଣ୍ଡୀ ସାହି ହାଇସ୍କୁଲରେ ମଧ୍ୟ ଜଣେ ଛାତ୍ର ଗୁରୁତର ହୋଇ ପଡ଼ିଥିଲେ। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ଖବର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲାର ଅନ୍ୟ ସ୍କୁଲମାନଙ୍କରେ ଏହି କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିଲା। କେତେକ ସ୍କୁଲ କର୍ତ୍ତୃପକ୍ଷ ଏହି ଟିକାଦାନ କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରି ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ହରିପ୍ରସାଦ ପଟ୍ଟନାୟକ ସଂଧ୍ୟାରେ ସମସ୍ତ ଟିକା ପ୍ରଦାନକାରୀମାନଙ୍କର ଏକ ଜରୁରୀ ବୈଠକ ଡକାଇ ସେମାନଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। ତେବେ ଟିକାକରଣରେ କୌଣସି ସମସ୍ୟା ନାହିଁ, ଛାତ୍ରଛାତ୍ରୀ ତଥା ଅଭିଭାବକ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe