୭ ମୃତ ବିଦେଶାଗତ ପକ୍ଷୀ ଜବତ, ଜଣେ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଟାଙ୍ଗୀ : ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚଢାଉ କରି ୭ଟି ମୃତ ବିଦେଶାଗତ ପକ୍ଷୀ ଜବତ କରିବା ସହ ଶିକାରୀକୁ ଗିରଫ କରିଛି। ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଅଧିନସ୍ଥ ବିଧାରପୁରର ଗୋପାଳ ସାହୁ ରବିବାର ପୂର୍ବାହ୍‌ଣରେ ୭ ମୃତ ପକ୍ଷୀଙ୍କୁ ଧରି ଯାଉଥିବା ବେଳେ ଚିଲିକା କୂଳ ବରପଲିଆ ନିକଟରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲା। ମୃତ ପକ୍ଷୀଙ୍କ ମଧ୍ୟରେ ଗୋଟିଏ ଲାର୍ଜ ହୁଇସଲିଂ ଟିଲ୍‌ ଓ ୬ଟି ମୃତ ପିଜାଣ୍ଟ୍‌ ଠେଲ୍‌ ଜାକନା୍‌।

publive-image

ଲକ୍‌ଡାଉନ୍‌ ସମୟରେ ସବୁ ଶୂନ୍‌ଶାନ୍ ଥିବା ବେଳେ ଏହାର ସୁଯୋଗ ନେଇ ସେ ଚିଲିକାରେ ଫାଶ ବସାଇ ପକ୍ଷୀ ଶିକାର କରିବା ପରେ ଏହାର ମାଂସକୁ ଚଢ଼ା ଦରରେ ବିକ୍ରି କରୁଥିଲା। ଏ ସମ୍ପର୍କରେ ଖବର ପାଇ ବନ୍ୟପ୍ରାଣୀ ବିଭାଗ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲା। ଟାଙ୍ଗୀ ବଣ୍ୟପ୍ରାଣୀ ବିଭାଗ ରେଞ୍ଜର ଚୂଡାରାଣି ମୁର୍ମୁଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର୍‌ ରାଧାକାନ୍ତ ହୋତା, ଗାର୍ଡ ଭାନୁମତି ବେହେରା, ଓ୍ବାଚର ରମେଶ ପରିଡ଼ା ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe