ବାଣ ତିଆରି ବେଳେ ବିସ୍ଫୋରଣ: ୭ ମୃତ, ୧୦ ଗୁରୁତର

ବାଣ ତିଆରି ବେଳେ ବିସ୍ଫୋରଣ: ୭ ମୃତ, ୧୦ ଗୁରୁତର

ବହରାଗୋଡ଼ା : ଆଜି ଅପରାହ୍ନରେ ଝାଡ଼ଖଣ୍ଡର ବଡ଼ଶୋଳ ଥାନା ଅନ୍ତର୍ଗତ କୁମାରଡୁବି ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, କୁମାରଡୁବି ଗାଁର ଦୁର୍ଗାପଦ ସାନ୍ତରାଙ୍କ ଘରେ ବାଣ ତିଆରି ଚାଲୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ବିସ୍ଫୋରଣ ହୋଇ ଘରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିଯାଇଥିଲା। ଫଳରେ ସଂପୃକ୍ତ କୋଠାଘରଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ ଦୁର୍ଗାପଦ ଜିଅନ୍ତା ଜଳିଯାଇଥିବା ବେଳେ ତାଙ୍କ ମାଆ ଅମ୍ବିକା (୬୦) ଓ ସ୍ଥାନୀୟ ବାସିନ୍ଦା ପତିତପାବନ ଦାସ(୪୫)ଙ୍କ ସମେତ ସେହି ବାଟ ଦେଇ ଯାଉଥିବା ଗାଁର ପତିତପାବନ ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦମକଳବାହିନୀ ପହଞ୍ଚି ଦୀର୍ଘ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିବା ବେଳେ ପୂର୍ବରୁ ନିଆଁ ପଡ଼ୋଶୀ ଘରକୁ ବ୍ୟାପୀ ୪ଟି ଘର ଜଳିଯାଇଥିଲା। ଗୁରୁତର ଆହତ ଗାଁର ବନମାଳୀ ମାହାର ଓ ଦୀପକ କୁମାର ସାହୁଙ୍କୁ ଜାମସେଦପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ବନମାଳୀଙ୍କର ମୃତ୍ୟୁ ଘଟିଛି। ସେହିପରି କୋଠା ତଳେ ଚାପି ହୋଇ ମୃତ୍ୟୁ ଘଟିିଥିବା ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe