ହୀରାକୁଦର ୭ ଗେଟ୍‌ ଖୋଲା

ହୀରାକୁଦର ୭ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା ବଢ଼ିବାରେ ଲାଗିଛି। ଏପଟେ ପୁଣି ଉପର ମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ ରବିବାର ଦିନ ହୀରାକୁଦ ଜଳଭଣ୍ଡାରର ଆହୁରି ୩ଟି ଗେଟ୍ ଖୋଲାଯାଇଛି।

ଗତକାଲି ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ରବିବାର ଅପରାହ୍ନରେ ପର୍ଯ୍ୟାୟକ୍ରମେ ୨ଟି ଗେଟ୍‌ ଖୋଲାଯାଇଥିବା ବେଳେ ସନ୍ଧ୍ୟା ୬ଟାରେ ପୁଣି ଗୋଟିଏ ‌ଗେଟ୍‌ ‌ଖୋଲିବା ପାଇଁ ଆଦେଶ ଦିଆଯାଇଥିଲା। ଜଳସ୍ତର ଏବେ ଜଳଭଣ୍ଡାରର ଶୀର୍ଷ ସ୍ତର ୬୩୦ ଫୁଟ୍‌ରେ ପହଂଚି ଥିବା ବ‌େଳେ ରାତି ୯ଟା ସମୟରେ ଜଳଭଣ୍ଡାରକୁ ୧,୫୭,୧୭୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା ଓ ଜଳଭଣ୍ଡାରରୁ ସମ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୭ଟି ଗେଟ୍ ଦେଇ ୧,୧୫,୦୮୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୬,୧୬୦ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସଚେନ ନିମେନ୍ତ କେନାଲଗୁଡ଼ିକରେ ୪୭୦୩ କ୍ୟୁସେକ୍ ଜଳ ଛଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe