ନିଆଁ ଲାଗି ଜଳିଗଲା ୭ ବଖରା ଚାଳଘର; ବାଛୁରି, ଛେଳି ଜୀବନ୍ତ ଦଗ୍ଧ

ନିଆଁ ଲାଗି ଜଳିଗଲା ୭ ବଖରା ଚାଳଘର; ବାଛୁରି, ଛେଳି ଜୀବନ୍ତ ଦଗ୍ଧ

ବାଲିକୁଦା : ଦର୍ପଣ ତହସିଲ ମୂଷାଟିକିରି ରାଜସ୍ବ ସର୍କଲ ଅନ୍ତର୍ଗତ ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଗୋଟିଏ ବାଛୁରୀ ଓ ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ଗୋଟିଏ ଗାଈ ଓ ବାଛୁରୀ ଆହତ ହୋଇଛନ୍ତି।

ବିଳମ୍ବିତ ରାତିରେ ଗ୍ରାମର ବିକଳି ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା। ଚାଳକୁ ନିଆଁ ଉଠିଯିବା ପରେ ପରିବାର ଲୋକେ ଡାକ ପକାଇଥିଲେ। ଗ୍ରାମବାସୀ ନିଆଁକୁ ଆୟତ୍ତ କରି ନପାରିବା ପରେ ବରୀ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଦୁଇଟି ଛେଳି, ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ଟି ଗୋରୁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବ‌େଳେ ମୂଷାଟିକିରି ରାଜସ୍ବ ନିରୀକ୍ଷକ ଦେବାଶିଷ ବରାଳ ବିପନ୍ନ ପରିବାର ନିକଟରେ ପହଞ୍ଚି ୫ ଖଣ୍ଡ ପଲିଥିନ ପ୍ରଦାନ କରିଥିଲେ। କ୍ଷୟକ୍ଷତିର ଆକଳନ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe