ଦେବଗଡ଼: ମୁମ୍ବାଇର ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଜଣେ ଟ୍ୟାକ୍ସି ଚାଳକକୁ ଗିରଫ କରିଛି। ଟାକ୍ସି ଚାଳକ ମୁମ୍ବାଇର ହୋଇଥିବା ବେଳେ ସେ ଲୁଟ୍ ଟଙ୍କା ନେଇ ଫେରାର ହେଉଥିବା ବେଳେ ପୁଲିସ ତାକୁ କୈଳାସ ନିକଟରୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ,ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ସେନ ନାମକ ଜଣେ ସୁନା ବ୍ୟବସାୟୀ ୨୦ ବର୍ଷ ହେବ ମୁମ୍ବାଇରେ ରହି ସୁନା ବ୍ୟବସାୟ କରୁଛନ୍ତି। ବୁଧବାର ୭ ଲକ୍ଷ ଟଙ୍କା ନେଇ ଏକ କାର୍ରେ ମୁମ୍ବାଇରୁ କୋଲକାତା ଆସୁଥିଲେ। କାର୍ ଚଳାଇବାକୁ ଟ୍ୟାକ୍ସି ଚାଳକ ମୁକୁଲ ସନ୍ତୋଷ ଦାସଙ୍କୁ ଆଣିଥିଲେ। ରାତି ହୋଇଯିବାରୁ ସେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାସ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ଢାବା ନିକଟରେ କାର ଅଟକାଇ ଶୋଇଥିଲେ। ମାତ୍ର ସକାଳେ ନିର୍ମଳ ଉଠିବା ବେଳକୁ କାର ଚାଳକ ମୁକୁଲ ସନ୍ତୋଷ କାରରେ ଥିବା ୭ ଲକ୍ଷ ୧୦ ହଜାର ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ନିର୍ମଳ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ତୁରନ୍ତ କାର ଚାଳକ ମୁକୁଲର ମୋବାଇଲ ଟ୍ରାକିଂ କରି ତାକୁ ପିଛା କରିବା ସହ ବାରକୋଟ ଥାନା ଅନ୍ତର୍ଗତ ବଡ଼କୁଦର ଗ୍ରାମ ନିକଟସ୍ଥ ଟୋଲଗେଟରୁ କାବୁ କରିଥିଲା। ଏଥିସହ ତା ନିକଟରୁ ଲୁଟ୍ ହୋଇଥିବା ସମସ୍ତ ଟଙ୍କା ଉଦ୍ଧାର କରିଛି। ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଚାଳକ ସନ୍ତୋଷକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି।
ମୁମ୍ବାଇ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍; ଡ୍ରାଇଭର୍ ଗିରଫ, ୭ ଲକ୍ଷ ଟଙ୍କା ଜବତ
Advertisment
Follow Us