ଜଗତସିଂହପୁର : ଏବେ ସାରା ବିଶ୍ବରେ 'କରୋନା' ଭାଇରସ୍କୁ ନେଇ ଆତଙ୍କ ଖେଳି ଯାଇଛି। ଏହାକୁ ନେଇ ପାରାଦୀପ ବନ୍ଦରରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏଥିପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ବନ୍ଦରର ୪ ନମ୍ବର ଗେଟରେ ସ୍ବତନ୍ତ୍ର ସ୍କାନର ଲଗାଯାଇଛି। ଏହି ସ୍କାନର ଲାଗିବା ପରଠାରୁ ବତ୍ତର୍ମାନ ସୁଦ୍ଧା ୭ଟି ଜାହାଜକୁ ବନ୍ଦର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳି ନାହିଁ। ଏ ସମସ୍ତ ଜାହାଜ ଚିନ୍, ହଂକଂ ଓ ସିଙ୍ଗାପୁରୁରୁ ଆସୁଥିବା ଜଣାପଡ଼ିଛି। ଫଳରେ ଏହାକୁ ନେଇ ବନ୍ଦର ନଗରୀବାସୀଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶି ଯାଇଛି। ବନ୍ଦର କର୍ତ୍ତୃପକ୍ଷ ଏହି ୭ଟି ଜାହାଜକୁ ବନ୍ଦର ଭିତରକୁ ପ୍ରବେଶ କରି ପଣ୍ୟ ବୋଝେଇ ଓ ଖଲାସ ପାଇଁ ଅନୁମତି ଦେଇଥିଲେ ଜାହାଜରେ ଥିବା ସମସ୍ତ କର୍ମଚାରୀ ଓ ସଦସ୍ୟ ଜାହାଜରୁ ତଳକୁ ଓହ୍ଲାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନ୍ୟ ବିଦେଶୀ ଜାହାଜର କର୍ମଚାରୀମାନଙ୍କୁ ପାରାଦୀପରେ ଓହ୍ଲାଇବାକୁ ଅନୁମତି ଥିଲେ ମଧ୍ୟ ବନ୍ଦର ୪ ନମ୍ବର ଗେଟରେ ଲାଗିଥିବା ସ୍କାନର ଦ୍ବାରା ସେମାନଙ୍କୁ ଭଲ ଭାବେ ଯାଞ୍ଚ କରାଯାଉଛି। ଗତ କିଛି ଦିନ ତଳେ ଜଣେ କର୍ମଚାରୀଙ୍କୁ ଜ୍ବର ଥିବା ଏହି ସ୍କାନର ମେସିନ ଜାଣିବାକୁ ପାଇଥିଲା। ମାତ୍ର ଏହା ପରିସ୍ରା ସଂକ୍ରମଣ ଜନିତ ଜଣାପଡ଼ିବା ପରେ ତାଙ୍କୁ ଔଷଧ ଦେଇ ବିଦା କରାଯାଇଥିଲା। ଯେହେତୁ ପାରାଦୀପ ବନ୍ଦରକୁ ପ୍ରତ୍ୟେକ ଦିନ ବିଦେଶୀଙ୍କ ଯିବା ଆସିବା ଲାଗି ରହୁଛି, ସେଥିପାଇଁ ରାଜ୍ୟରେ ସର୍ବପ୍ରଥମେ ଏହିଠାରୁ ଯାଞ୍ଚ ପ୍ର୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାସହ ବନ୍ଦର ଚିକିତ୍ସାଳୟରେ ସ୍ବତନ୍ତ୍ର ଆଇସୋଲେଟେଡ୍ ୱାର୍ଡ ଖୋଲାଯାଇଛି। ଏହି ସ୍ବତନ୍ତ୍ର ୱାର୍ଡରେ ଦୁଇ ଜଣ ଡାକ୍ତର ଓ କର୍ମଚାରୀ ୨୪ ଘଣ୍ଟା ଡ୍ୟୁଟି କରିବେ। ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରହ୍ଲାଦ ପଣ୍ତା କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us