ରାୟଗଡ଼ାରୁ ଆନ୍ଧ୍ରକୁ ବେଆଇନ୍‌ ବାଲି ଚାଲାଣ; ୭ଟି ଟିପ୍ପର ଓ ଟ୍ରକ୍‌ ଜବତ, ୭ ଲକ୍ଷ ଜରିମାନା

Advertisment
ରାୟଗଡ଼ାରୁ ଆନ୍ଧ୍ରକୁ ବେଆଇନ୍‌ ବାଲି ଚାଲାଣ; ୭ଟି ଟିପ୍ପର ଓ ଟ୍ରକ୍‌ ଜବତ, ୭ ଲକ୍ଷ ଜରିମାନା

ରାୟଗଡ଼ା: ଜିଲ୍ଲାରୁ ବେଧଡ଼କ ଓ ବେଆଇନ ଭାବେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ହେଉଥିବା ନେଇ ଜଣାପଡ଼ିଛି। ତହସିଲ ଓ ମାଇନିଂ ବିବଭାଗ ପକ୍ଷରୁ ଚଢ଼ଉ କରାଯାଇ ୭ଟି ଟିପ୍ପର ଓ ଟ୍ରକ୍‌ ଜବତ କରିବା ସହ ୭ ଲକ୍ଷ ଟଂକା ଜରିମାନା ଆଦାୟ କରାଯାଇଛି। ରାୟଗଡା ତସହିଲ ଅନ୍ତର୍ଗତ ଶେଷଖାଲ ଥାନା ଅନ୍ତର୍ଗତ ଖିଲିମିସିଗୁଡା ବାଲିଘାଟରୁ ଲଗାତାର ଟିପ୍ପରଗୁଡ଼ିକ ସାହାଯ୍ୟରେ ବାଲି ଚୋରା ଚାଲାଣ ହେଉଥିଲା।

ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ବିନା ଅଗଚୋରରେ ହେଉଥିବା ଜଣାପଡିଛି। ଏହି ଖବର ମିଳିବା ପରେ ମାଇନିଂ ବିଭାଗ ସ୍ଥାନୀୟ ତହସିଲ ବିଭାଗର ଅଧିକାରୀଙ୍କ ସହ ମିଳିତ ଭାବେ ଚଢାଉ ସୀମାନ୍ତ କେରଡା ନିକଟରେ ଚଢ଼ଉ କରିଥିଲା। ଯାଞ୍ଚ ବେଳେ ଟିପ୍ପର ଏବଂ ଟ୍ରକରେ ହେଉଥିବା ବାଲି ଚାଲାଣର ଯାଞ୍ଚ ବେଳେ ୱାଇ ଫର୍ମ ନଥିବା ବିଭାଗୀୟ ଅଧିକାରୀ ଦେଖିବାକୁ ପାଇଥିଲେ। ବିନା ୱାଇ ଫର୍ମରେ ବାଲି ଚାଲାଣ ହେଉଥିବାରୁ ସମସ୍ତ ଟିପ୍ପର ଓ ଟ୍ରକକୁ ଏକ ଲକ୍ଷ ଟଂକା ଲେଖାଏଁ ଜରିମାନା ଆଦାୟ ନେଇ ନିର୍ଦେଶ ଦିଆଯାଇଥିବା ମାଇନିଂ ଅଧିକାରୀ ପର୍ଶୁରାମ ପ୍ରଧାନ କହିଛନ୍ତି।

ରାୟଗଡା ଜିଲ୍ଲାର ସୀମାନ୍ତରେ ରହିଥିବା ବାଲିଘାଟଗୁଡ଼ିକରେ ବେଆଇନ ଭାବେ ବାଲି ଚୋରା ଚାଲାଣ କରାଯାଉଛି। ଏ ସଂପର୍କରେ ବିଭାଗୀୟ ଅଧିକାରୀମାନେ ଟେର ମଧ୍ୟ ପାଇପାରୁାନହାନ୍ତି। କାରଣ ବାଲିଘାଟରେ ସିସିଟିଭି ନଥିବାରୁ କେତେ ବାଲି ଉଠାଯାଉଛି ଏବଂ କେତେ ଗାଡ଼ି ଘାଟରେ ଲାଗୁଛି ତାହା ଜଣାପଡୁ ନାହିଁ। ଦାୟୀତ୍ବରେ ଥିବା ଅଧିକାରୀମାନେ ମଧ୍ୟ ଆବଶ୍ୟକୀୟ ଵାଇ ଫର୍ମ କାଟୁନଥିବାରୁ ବେଧଡକ ବାଲି ଚୋରା ଚାଲାଣ ହେଉଛି। ଆବଶ୍ୟକତା ଠାରୁ ଅଧିକା ବାଲି ଚୋରା ଚାଲାଣ କରାଯାଇ ପଡୋଶୀ ଆନ୍ଧ୍ରକୁ ପଠାଯାଉଛି।ସରକାରଙ୍କର ଲକ୍ଷ ଲକ୍ଷ ଟଂକା ରାଜସ୍ବ ହାନୀ ହେଉଛି। ଏନେଇ ତହସିଲ ଏବଂ ମାଇନିଂ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ରହିଥିବା ଦେଖିବାକୁ ମିଳିଛି। ଫଳରେ ବାଲି ଚୋରାଚାଲାଣ ହେଉଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe