ରାଉରକେଲା: ଅବକାରୀ ପୁଲିସ ପକ୍ଷରୁ ଆଜି କୁଆରମୁଣ୍ଡା, ପାନପୋଷ ଅଞ୍ଚଳରେ ଚାଲିଥିବା ଦେଶୀ ମଦ କାରବାର ଉପରେ ଚଢ଼ଉ କରାଯାଇଛି। ଏହାସହ ଅନୈତିକଭାବେ ମଦ ବେପାର କରୁଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରମେଶ ମିଞ୍ଜ, ସାମେଲ କିଣ୍ଡୋ, ସନ୍ତୋଷ ପାତ୍ର, ସତ୍ୟବାଦୀ ମିଞ୍ଜ, ମୀନା ଦେବୀ, ଆଲାମଣୀ ଦେବୀ ଓ ବିଶ୍ରାମଣୀ ଦେବୀ। ଅଭିଯୁକ୍ତମାନଙ୍କଠାରୁ ୧୭୬ ଲିଟର ଦେଶୀ ମଦ ଜବତ ହୋଇଛି। ବହୁଦିନ ହେଲା ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରେ ମଦ ବେପାର କରୁଥିଲେ। ଏନେଇ ସୂଚନା ପାଇ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ତଥା ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ଅବକାରୀ ବିଭାଗ କର୍ମଚାରୀଙ୍କ ସମେତ ମୋବାଇଲ ୟୁନିଟ୍ କର୍ମଚାରୀ, ସ୍ଥାନୀୟ ପୁଲିସ ସାମିଲ ଥିଲେ।
୭ ଦେଶୀ ମଦ ବେପାରୀ ଗିରଫ, ୧୭୬ ଲିଟର ଜବତ
Advertisment
Follow Us