କାର୍‌ ଧକ୍କାରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ

Advertisment

ଗାଡି ଜବତ୍‌, ଚାଳକ ଗିରଫ, ସୁଜନପୁରରେ ଉତ୍ତେଜନା

ଗାଡି ଜବତ୍‌, ଚାଳକ ଗିରଫ, ସୁଜନପୁରରେ ଉତ୍ତେଜନା

କାର୍‌ ଧକ୍କାରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ

ସୁଜନପୁର : ଯାଜପୁର ସଦର ଥାନା ଅଧୀନ ଏରବାଙ୍କ ପଞ୍ଚାୟତ ସ୍ଥିତ ରଘୁନାଥପୁର ଛକରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଉପରେ କାର୍‌ ଚଢ଼ି ଯିବାରୁ ତାର ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଗାଡ଼ି ଚଳାଉଥିବା ସଂପୃକ୍ତ ଗାଡ଼ିର ମାଲିକଙ୍କୁ ଗିରଫ କରି ଥାନାକୁ ନେଇଥିଲା।

ଘଟଣାରୁ ପ୍ରକାଶ କୁଆଖିଆ ଓ ବରି ମୁଖ୍ୟରାସ୍ତାର ରଘୁନାଥପୁର ଛକ ନିକଟରେ ରଘୁନାଥପୁର ଗ୍ରାମର ଅଭୟକୁମାର ଭୂୟାଁ ଓ ତାଙ୍କ ଏକମାତ୍ର ୭ ବର୍ଷର ପୁଅ ନିମାଇଁ ଚରଣ ଭୂୟାଁ ହାତ ଧରାଧରି ହୋଇ ମୁଖ୍ୟ ରାସ୍ତାପାର ହୋଇ ନିଜ ଘରକୁ ଯାଉଥିବା ବେଳେ ବରୀ-ରାମଚନ୍ଦ୍ରପୁର ଅଭିମୁଖେ ଏକ ଭେରିଟୋ ଗାଡି (ନଂ-ଓଡି୦୨ଡି-୨୯୧୯) ଦୃତଗତିରେ ଡାହାଣ ପାର୍ଶ୍ୱରେ ଯାଇ ପୁଅ ନିମାଇଁକୁ ଧକ୍କା ମାରିଥିଲା । ବାପାଙ୍କ ହାତରୁ ପୁଅ ବାହାରି ରାସ୍ତା ଉପରେ ପଡିଯାଇଥିଲା ଓ ଗାଡିଟି ନିମାଇଁ ଉପରେ ଚଢିଯାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳାବାଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଯାଜପୁର ସଦର ଥାନା ପୁଲିସ ଗାଡିର ଡ୍ରାଇଭର୍‌ ବରୀ ବ୍ଲକ ଅଙ୍ଗାଳ ଗ୍ରାମର ଶୁଭୋଜିତ ସାମଲକୁ ଗିରଫ କରିବା ସହିତ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରିିଛି । ଗାଡିମାଲିକ ଅଙ୍ଗାଳ ଗ୍ରାମର ଶୁଭୋଜିତ ସାମଲ ଗାଡିଟିକୁ ନିଜେ ଡ୍ରାଇଭିଂ କରି ବରୀ - ରାମଚନ୍ଦ୍ରପୁର ସ୍ଥିତ ଜେଜେମାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୁଲିସ ଥାନାକୁ ଗାଡି ନଆଣି ଗାଡି ସରପଂଚଙ୍କ ଘରେ ରଖିଥିବା ହେତୁ ସାଧାରଣରେ ବିଭିନ୍ନ କଳ୍ପନା ଜଳ୍ପନା ଲୋକଙ୍କ ମନରେ ଶୁଣିବାକୁ ଶୁଣିବାକୁ ମିଳିଛି । ଗାଡିର ଇନ୍‌ସ୍ୟୁରାନ୍‌ସ ଓ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ ନଥିବା ମଧ୍ୟ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe