Advertisment

ବନ୍ୟା ଘେରରେ ରହିଛନ୍ତି ଶହ ଶହ ଓଡ଼ିଆ, ସହାୟତା ପାଇଁ କେରଳ ସରକାରଙ୍କୁ ପତ୍ର ଲେଖିଲେ ରାଜ୍ୟ ସରକାର

Advertisment
ବନ୍ୟା ଘେରରେ ରହିଛନ୍ତି ଶହ ଶହ ଓଡ଼ିଆ, ସହାୟତା ପାଇଁ କେରଳ ସରକାରଙ୍କୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର : କେରଳରେ ଏବେ ଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କେରଳରେ କାମ କରୁଥିବା ଶହ ଶହ ଓଡ଼ିଆ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏସବୁ ଲୋକମାନଙ୍କୁ ଉଦ୍ଧାର ତଥା ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କେରଳ ସରକାରଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେରଳର ରାଜ୍ୟ ରିଲିଫ କମିଶନରଙ୍କୁ ଏକ ପତ୍ର ଲେଖି ବନ୍ୟାରେ ପ୍ରଭାବିତ ଓଡ଼ିଆ ଲୋକମାନଙ୍କର ଏକ ତାଲିକା ପ୍ରଦାନ କରାଯାଇଛି । ଏହି ତାଲିକାରେ କେରଳର ବିଭିନ୍ନ ଜିଲ୍ଲାରେ ଫସି ରହିଥିବା ପ୍ରାୟ ୨୯୮ ଜଣ ଓଡ଼ିଶାଙ୍କ ନାଁ ଓ ଫୋନ ନମ୍ବର ଉଲ୍ଲେଖ ରହିଛି । ଏହି ତାଲିକାରେ ଓଡ଼ିଶାର ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରୁ ଯାଇଥିବା ଲୋକମାନଙ୍କ ନାଁ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe