ଆଗାମୀ ୪ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରି

Advertisment
ଆଗାମୀ ୪ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର: ସଂପ୍ରତି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଠାରୁ ଆରମ୍ଭ କରି ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିଥିବା ଶୀତ ଲହରୀ ଆସନ୍ତା ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଅବ୍ୟାହତ ରହିବ। ପାଗ ଶୁଖିିଲା ରହିଲେ ବି ରାତିର ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଆଗାମୀ ୩ ରୁ ୪ଦିନ ଯାଇଁ ଓଡ଼ିଶାର ଜିଲ୍ଲାଗୁଡିକରେ ରାତ୍ରି ତାପମାତ୍ରା ରେ କୌଣସି ପରିବର୍ତନର ସମ୍ଭାବନା ନାହିଁ, ଉତ୍ତର ଏବଂ ଉତ୍ତରପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଓଡ଼ିଶାରେ ଶୀତ ଲହରୀ ଅନୁଭୂତ ହେଉଛି, ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରି ତାପମାତ୍ରା ସ୍ଵାଭାଵିକ ଠାରୁ ୩ ରୁ ୪ ଡ଼ିଗ୍ରୀ କମ ହେବାର ସମ୍ଭାବନା ରହିଛି। ରାଜ୍ୟର ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ ଏବଂ ଆଭ୍ୟନ୍ତରୀଣ ଓଡିଶାର କୋରାପୁଟ, ମାଲକାନଗିରି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଯିବା ସହ ଘନ କୁହୁଡି ପରିଲକ୍ଷିତ ହେବେ। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ରାତିର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହେବ। ରାତିରେ ପାରଦ ଖସିବା ସହ ଥରିବ ଓଡ଼ିଶା।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଅନୁଗୁଳ, ଢ଼େଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା ପାଇଁ କମଳା ବା ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ମୟୂରଭଞ୍ଜ, କଟକ, ବରଗଡ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ ଦେବଗଡ଼ ଜିଲ୍ଲାପାଇଁ ହଳଦିଆ ବର ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଗତକାଲି ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ମାଲକାନଗିରି ଠାରେ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ଦାରିଙ୍ଗିବାଡ଼ି ଠାରେ ରେକର୍ଡ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe