ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଛି ସାମୁଦ୍ରିକ ବାତ୍ୟା ‘ଅସାନି’; ୧୧ ସକାଳ ସୁଦ୍ଧା ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବ

Advertisment
ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଛି ସାମୁଦ୍ରିକ ବାତ୍ୟା ‘ଅସାନି’; ୧୧ ସକାଳ ସୁଦ୍ଧା ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବ

ନୂଆଦିଲ୍ଲୀ/ ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ଆଖପାଖ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଏବେ ସମୁଦ୍ର ଭିତରେ ଭୀଷଣ ରୂପ ନେଇଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା ଏବଂ ଆଜି, ୧୦ ମେ, ପୂର୍ବହ୍ନ ୧୧ଟା ୩୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହା ବର୍ତ୍ତମାନ କାକିନାଡ଼ା, ବିଶାଖାପାଟନମ୍‌ (ଆନ୍ଧ୍ରପ୍ରଦେଶ)ର ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ୩୧୦ କିଲୋମିଟର, ଗୋପାଳପୁର (ଓଡ଼ିଶା)ର ଦକ୍ଷିଣ-ପଶ୍ଚିମରେ ୫୩୦ କିଲୋମିଟର, ଏବଂ ପୁରୀ (ଓଡ଼ିଶା)ର ଦକ୍ଷିଣ-ପଶ୍ଚିମରେ ୬୩୦ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗର ୨୨ ନମ୍ବର ବୁଲେଟିନରୁ ଜଣାପଡ଼ିଛି।

ଏହା ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ମେ ୧୧ ତାରିଖ ସକାଳ ସୁଦ୍ଧା କାକିନାଡା-ବିଶାଖାପାଟନମ୍‌ ଉପକୂଳ ନିକଟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି।

publive-image

ଏହା ପରେ ଏହା ଧୀରେ ଧୀରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ପୁନଃବକ୍ର (କର୍ଭ) କରି କାକିନାଡା ଏବଂ ବିଶାଖାପାଟନମ୍‌ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବାର ସମ୍ଭାବନା ରହିଛି ଏବଂ ତା’ପରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉଭା ହେବାର ସମ୍ଭାବନା ରହିଛି। ମେ ୧୧ ତାରିଖ ସକାଳ ସୁଦ୍ଧା ଏହା ଧୀରେ ଧୀରେ ଏକ ସାମୁଦ୍ରିକ ବାତ୍ୟା ଏବଂ ମେ ୧୨ ତାରିଖ ସକାଳ ସୁଦ୍ଧା ଏକ ଅବପାତରେ ରୂପାନ୍ତରିତ ହୋଇ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ବୋଲି ଜାରି ବୁଲେଟିନ୍‌ରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe