୩ରୁ ପ୍ରବଳ ଶୀତ; ଥରୁଛି ସେମିଳିଗୁଡ଼ା, ୧୦ଂ ତଳେ ୯ ସହର

Advertisment
ସାମୟିକ ସମୟ ପାଇଁ ବଢ଼ିବ ଶୀତ

The Indian Express

ଭୁବନେଶ୍ବର : ଶୀତରେ ଥରୁଛି କୋରାପୁଟ ସେମିଳିଗୁଡ଼ା। ୫.୬ ଡିଗ୍ରି ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଏହାବ୍ୟତୀତ ରାଜ୍ୟର ୯ ସହରର ରାତି ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳକୁ ଖସି ଆସିଛି। କନ୍ଧମାଳ ଜି. ଉଦୟଗିରିରେ ରାତି ତାପମାତ୍ରା ୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୮.୫ ଡିଗ୍ରି, କେନ୍ଦୁଝର, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ର କିରେଇ ଓ କୋରାପୁଟରେ ୯.୫ ଡିଗ୍ରି, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୯.୮ଡିଗ୍ରି ଓ ଭବାନୀପାଟଣାରେ ୧୦ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

ସୋମବାର ଦିନ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ଆଜିଠାରୁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା କମ୍‌। ପାଗ ଖରାଟିଆ ଓ ଆକାଶ ନିର୍ମଳ ରହିବ। ଏଥିସହ ଆସନ୍ତା ୩ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ଓ ଶୀତ ଲହରି ପ୍ରବାହିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

publive-image Flickr

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜିଠାରୁ ରାଜ୍ୟକୁ ଉତ୍ତରା ପବନ ବହିବା ପରିବର୍ତ୍ତେ ଉତ୍ତର-ପୂର୍ବ ଦିଗରୁ ପବନ ବହିବା ଆରମ୍ଭ କରିଛି। ଫଳରେ ଶୀତ କିଛି ମାତ୍ରାରେ କମିଛି। ଡିସେମ୍ବର ୩ ତାରିଖ ରାତିଠାରୁ ସାରା ରାଜ୍ୟରେ ଉତ୍ତରା ପବନ ବହିବା ସହ ପ୍ରବଳ ଶୀତ ଅନୁଭୂତ ହେବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଆସନ୍ତା ୩ ଦିନରେ ପ୍ରାୟ ୨ ଡିଗ୍ରି ଓ ତା’ ପର ଦୁଇଦିନ (୨ତାରିଖ ପର୍ଯ୍ୟନ୍ତ) ଅପରିବର୍ତ୍ତିତ ରହିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବୁଧବାରରୁ ଶୁକ୍ରବାର ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିପାରେ। ସେହିପରି ସୋମବାର ରାତିରୁ ବୁଧବାର ରାତି ମଧ୍ୟରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରି ବଢ଼ି ପରବର୍ତ୍ତୀ ୨ଦିନ ଅପରିବର୍ତ୍ତିତ ରହିପାରେ।

ଡିସେମ୍ବର ୩ରୁ ୬ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ଡିଗ୍ରି କମି ପ୍ରବଳ ଶୀତ ହେବା ସହ ରାଜ୍ୟରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହି ସମୟରେ କୋବି, ଶିମ୍ବ ଓ ଡାଲି ଜାତୀୟ ଫସଲରେ ଜଉ ପୋକ ହେବାର ସମ୍ଭାବନା ରହିଛି। ସେହିପରି ସୋରିଷ, ଗେଣ୍ଡୁରେ ପାଉଁଶିଆ ରୋଗ ହେବା ପାଇଁ ପାଗ ଅନୁକୂଳ ହେବ। ଏଣୁ ଏସବୁର ସୁରକ୍ଷା ପାଇଁ ଅନୁମୋଦିତ ଔଷଧ ପ୍ରୟୋଗ କରନ୍ତୁ ବୋଲି ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe