କାଳିଆପାଣିରେ ପ୍ରବଳ ଶୀତ ତିନି ସପ୍ତାହରେ ତିନି ମୃତ

Advertisment
କାଳିଆପାଣିରେ ପ୍ରବଳ ଶୀତ ତିନି ସପ୍ତାହରେ ତିନି ମୃତ

କାଳିଆପାଣି: ବ୍ୟାପକ ଗଛକଟା ଓ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଏବେ କାଳିଆପାଣିରେ ଅନୁଭୂତ ହେଉଛି। ଚଳିତମାସ ପ୍ରବଳ ଶୀତ ପାଇଁ କାଳିଆପାଣିର ତିନି ଗରିବ ଆଦିବାସୀ ବୁଢ଼ାବୁଢ଼ୀଙ୍କ ମୃତ୍ୟୁ ହୋଇଛି। ଗତ ୩୦ ତାରିଖରେ ଚିରିଗୁଣିଆ ମାଝିସାହି ବସ୍ତି ପ୍ରତିଷ୍ଠାତା ପୂର୍ବତନ ଟାଟା କର୍ମଚାରୀ ମନସା ମାଝି(୭୦)ଙ୍କର ମୃତ୍ୟୁ ହୋଇଥିଲା। ଗତ ମକର ସଂକ୍ରାନ୍ତିରେ ଘାଗିଆସାହିର ଅବସରପ୍ରାପ୍ତ ଓଏମ୍‌ସି କର୍ମଚାରୀ ସାଲୁକା ହାଁସ୍‌ଦା(୬୮) ଆଜି ବଡ଼ିସକାଳୁ ବିର୍ସାନଗର ବସ୍ତିର ସ୍ୱର୍ଗତ କହ୍ନେଇ ମାଝିଙ୍କ ପତ୍ନୀ ଫୁଲ ମାଝି(୬୬)ଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ଘର ପରସ୍ପରଠୁ ମାତ୍ର ୫ଶହ ମିଟର ଦୂରରେ। ମୃତକ ବୃଦ୍ଧ ଦ୍ଵୟ ଚାକିରିରୁ ଅବସର ନେଇଥିଲେ ମଧ୍ୟ ଗରିବ ଥିଲେ। ସେହିପରି ବଡ଼ ପରିବାର ସମ୍ଭାଳୁଥିବା ବିଧବା ଫୁଲ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହୋଇଥିଲେ। ତିନି ବରିଷ୍ଠ ନାଗରିକ ଅତି ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରବଳ ଶୀତରୁ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରକାଶଥାଉକି ଗତ ମାସେ ହେଲା କାଳିଆପାଣିରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷକରି ସର୍ବନିମ୍ନ ତାପମାତ୍ରା ଏଠି ୧୦ ଡିଗ୍ରି ତଳେ ରହୁଛି। ମକର ସଂକ୍ରାନ୍ତି ପୂର୍ବଦିନ ରାତି କାଳିଆପାଣି ସର୍ବନିମ୍ନ ତାପମାତ୍ର ୮ ଡିଗ୍ରି ରେକର୍ଡ ହୋଇଥିଲା। ଯାହାକି ଝାଟିମାଟି ଓ ଭଙ୍ଗାଦଦରାରେ ଘରେ ରହୁଥିବା ଗରିବମାନଙ୍କ ପାଇଁ ପ୍ରାଣଘାତକ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe