ସିୱେଜ ସିପି˚ ମ୍ୟାନେଜର ହତ୍ୟାକାଣ୍ଡ: ବାପି ସର୍ଖେଲଙ୍କୁ ଆଶ୍ବସ୍ତି

Advertisment
ସିୱେଜ ସିପି˚ ମ୍ୟାନେଜର ହତ୍ୟାକାଣ୍ଡ: ବାପି ସର୍ଖେଲଙ୍କୁ ଆଶ୍ବସ୍ତି

Bapi Sarkhel

କଟକ : ସିୱେଜ ସିପି˚ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟାକାଣ୍ତ ମାମଲାରେ ଅନ୍ୟତମ ଅଭିଯୁକ୍ତ ବାପି ଓରଫ୍ ଅରିନ୍ଦମ ସର୍ଖେଲଙ୍କୁ ପ୍ରଦାନ କରାଯାଇଥିବା ଜାମିନକୁ ବିରୋଧ କରି ରାଜ୍ୟ ସରକାର ଦାଖଲ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ୨୦୧୭, ଏପ୍ରିଲ ୧୭ରେ ଶ୍ରୀ ସର୍ଖେଲଙ୍କୁ ଜାମିନ ପ୍ରଦାନ ସଂକ୍ରାନ୍ତରେ ହାଇକୋର୍ଟ ପ୍ରଦାନ କରିଥିବା ରାୟକୁ ପ୍ରତ୍ୟାହାର କରାଯାଇ ଏହି ପ୍ରସଂଗରେ ସାନି ଶୁଣାଣି ପାଇଁ ସରକାରଙ୍କ ପକ୍ଷରୁ ଆବେଦନ ଦାଖଲ କରାଯାଇଥିଲା। ଏହି ଆବେଦନକୁ ଶ୍ରୀ ସର୍ଖେଲଙ୍କ ତରଫରୁ ବିରୋଧ କରାଯାଇଥିଲା। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ସରକାରଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe