ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ହାଣି ହତ୍ୟା

ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ହାଣି ହତ୍ୟା

ଚିତ୍ରଡା: ମୟୂରଭଂଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ ଘଟିଛି। ପତ୍ନୀଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣେ ଯୁବକଙ୍କୁ ସ୍ବାମୀ ହାଣି ମାରିଥିବା ଜଣାପଡ଼ିଛି। ଏପରି ଜଘନ୍ୟକାଣ୍ଡ ଭିଆଇବା ପରେ ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ କରିଛି। ଖବର ଅନୁଯାୟୀ; ଗତ ସୋମବାର ସନ୍ଧ୍ୟାରେ ମୋରଡ଼ା ଥାନା ଅଧୀନ ବାଘାଝରଣ-ଡ଼ାହିସାହି ଗ୍ରାମର ଠାକୁର ମାରାଣ୍ଡି (୩୫) ତାଙ୍କ ପତ୍ନୀ ଘରେ ଜଣେ ଯୁବକଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଦେଖିଥିଲା। ଫଳରେ ସେ ଉତ୍ତ୍ୟକ୍ତ ହୋଇ ଯୁବକଙ୍କୁ ଏକ ବାଡ଼ିରେ ପିଟିଥିଲା। ତେବେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଦୌଡ଼ି ଦୌଡ଼ି ନିକଟରେ ଥିବା ଧାନ ବିଲରେ ପଡ଼ିଯାଇଥିଲେ। ଏହା ପରେ ଠାକୁର ଏକ କୁରାଢ଼ି ନେଇ ଯୁବକଙ୍କୁ ହାଣୀ ହତ୍ୟା କରିଥିଲା। ହତ୍ୟାକାଣ୍ଡ ଭିଆଇବା ପରେ ସେ ଥାନାକୁ ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ ଗ୍ରାମରେ ପହଞ୍ଚି ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକଙ୍କ ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ପରିଚୟ ମିଳିନାହିଁ। ତେବେ ତାଙ୍କ ବାଇକ୍‌‌େର ରାକେଶ ଶର୍ମା ବୋଲି ଲେଖା ରହିଛି। ଏନେଇ ଥାନାରେ ୯୫/୧୮ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe