ପାଟଣାଗଡ଼ରେ ଦେହ ବ୍ୟବସାୟ! ଉଦ୍ଧାର ‌ହେଲେ ବଙ୍ଗୀୟ ଯୁବତୀ, ୨ ଯୁବକ ଗିରଫ

Advertisment

୨୫ ଶହ ଟଙ୍କା ସମେତ ୨ ମୋବାଇଲ ଓ ଆପତ୍ତି ଜନକ ସାମଗ୍ରୀ ଜବତ 

୨୫ ଶହ ଟଙ୍କା ସମେତ ୨ ମୋବାଇଲ ଓ ଆପତ୍ତି ଜନକ ସାମଗ୍ରୀ ଜବତ 

ପାଟଣାଗଡ଼ରେ ଦେହ ବ୍ୟବସାୟ! ଉଦ୍ଧାର ‌ହେଲେ ବଙ୍ଗୀୟ ଯୁବତୀ, ୨ ଯୁବକ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଥିବା ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ ସୂଚନା ପାଇ ଚଢଉ କରିଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସୂଚନା ଅନୁଯାୟୀ, ପାଟଣାଗଡ଼ ସହର ମଧ୍ୟରେ ଥିବା କାଦୋପଡାରୁ ବେହେରାବନ୍ଧ ଗ୍ରାମକୁ ଯିବା ରାସ୍ତାରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ ସୂଚନା ପାଇ ଗତ ରାତିରେ ଚଢଉ କରିଥିଲା। ଚଢ଼ଉ ସମୟରେ ପୁଲିସ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ୨ ଜଣ ଗ୍ରାହକ (ପାଟଣାଗଡ଼ ବଡ଼ପଡ଼ାର ପଞ୍ଚା ମେହେର(୨୮) ଓ ପାଢେଲ ଗ୍ରାମର ସମ୍ପଦ ପୋଢ଼(୩୬)ଙ୍କୁ ଉଠାଇ ଆଣିଥିଲା। ସେଠାରୁ ପୁଲିସ ୨ ଗୋଟି ମୋବାଇଲ, ଆପତ୍ତି ଜନକ ସାମଗ୍ରୀ ସହ ୨୫ ଶହ ଟଙ୍କା ଜବତ୍ କରିଥିବା ଜଣାପଡ଼ିଛି। ସକାଳୁ ପଚରା ଉଚୁରା କରିବା ସହ ଶୁକ୍ରବାର ଅପରାହ୍ନରେ ଡାକ୍ତରୀ ମାଇନା କରା ଯାଇଥିବା ବେଳେ ବର୍ତ୍ତମାନ କୋର୍ଟ ଚାଲାଣ କରାଯିବାକୁ ଥିବା ଜଣାପଡିଛି।

ଏ ସମ୍ପର୍କରେ ପୁଲିସର କହିବା ଅନୁଯାୟୀ, ବଙ୍ଗୀୟ ଯୁବତୀଙ୍କୁ ବଲାଙ୍ଗୀର ରେଳ ଷ୍ଟେସନରୁ ଆଣି ସଂପୃକ୍ତ ଭଡା ଘରେ ରଖି ସେକ୍ସ କାରବାର ଚାଲିଥିଲା। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଥିବା ଜଣାପଡିଛି। ଅପର ପକ୍ଷରେ ସେକ୍ସ ରାକେଟ ଚାଲିଥିବା ଘରକୁ ପାଟଣାଗଡ଼ ବ୍ଲକରେ କାର୍ଯ୍ୟ କରୁଥିବା ଏପିଓ ଭଡା ନେଇଥିବା ଜଣାପଡିଛି। ତେବେ ସେକ୍ସ ରାକେଟ ଚାଲିଥିବା ଘଟଣାରେ ଆଉ କେଉଁ କେଉଁ ଲୋକଙ୍କ ସଂପୃକ୍ତି ରହିଛି ସେ ସମ୍ପର୍କରେ ଉଚିତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe