ସାଇନ୍ ବୋର୍ଡରେ ଠାକୁର-ଠାକୁରାଣୀଙ୍କ ଫଟୋ, ଭିତରେ ଅନୈତିକ କାରବାର

Advertisment
ସାଇନ୍ ବୋର୍ଡରେ ଠାକୁର-ଠାକୁରାଣୀଙ୍କ ଫଟୋ, ଭିତରେ ଅନୈତିକ କାରବାର

ଭଦ୍ରକ: ଭଦ୍ରକର ଶାଶ୍ବତ ହୋଟେଲ ଉପରେ ଆଜି ପୁଲିସ ଚଢାଉ କରି ଏକ ସେକ୍ସ ରାକେଟ୍ ଠାବ୍ କରିଛି। ଏହି ହୋଟେଲ ଭିତରେ ଥିବା ୨ ଯୁବକ ଓ ୪ଜଣ ଯୁବତୀଙ୍କୁ ପୁଲିସ ଉଠାଇ ନେଇ ଭଦ୍ରକ ଟାଉନ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ହୋଟେଲ ମାଲିକଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ନେଇ ଭଦ୍ରକ ଟାଉନ ଥାନା ଆଇଆଇସି ବୀରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ଭଦ୍ରକ ସହରର ବାଇପାସ୍ ଛକ ନିକଟରେ ଥିବା ଶାଶ୍ବତ ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ନେଇ ଟାଉନ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ରାତି ୭ଟା ୩୦ ମିନିଟବେଳେ ହୋଟେଲ ଉପରେ ଚଢାଉ କରିଥିଲା। ହୋଟେଲ ଭିତରକୁ ପୁଲିସ ଟିମ୍ ପଶିବା ସହ ରୁମଗୁଡିକୁ ଯାଞ୍ଚ କରିଥିଲା। ରୁମ୍ ଯାଞ୍ଚ ବେଳେ ଏହି ହୋଟେଲ ଭିତରେ ୨ ଜଣ ଯୁବକ ଓ ୪ ଜଣ ଯୁବତୀ ରହିଥିବା ବେଳେ ସେମାନଙ୍କୁ ପୁଲିସ ସେଠାରୁ ଉଠାଇ ଆଣିଥିଲା। ଏହି ଘଟଣାରେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।

ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ସେକ୍ସ ରାକେଟରେ ଆଉ କେଉଁ ମାନଙ୍କର ସଂପୃକ୍ତି ରହିଛି, ସେ ସଂପର୍କରେ ଅଧିକ ଖୋଳତାଡ କରାଯିବ ବୋଲି ଭଦ୍ରକ ସିଟି ଡିଏସପି ଅଂଶୁମାନ୍ ଦ୍ବିବେଦୀ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe