ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଇନ୍ଦ୍ରଭୂବନ ଲଜ୍ରେ ଦୀର୍ଘଦିନ ଧରି ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପାରଳାଖେମୁଣ୍ଡି ପୁଲିସ। ଏହି ଲଜ୍ରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଅଚାନକ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ତିନିଜଣ ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା କରାଯାଇଛି। ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପୀଡିତାମାନଙ୍କ ମଧ୍ୟରେ ଜଣେ ପଡୋଶୀ ଆନ୍ଧ୍ରପ୍ରଦେଶର ଓ ଅନ୍ୟ ଦୁଇଜଣ ଗଜପତି ଜିଲ୍ଲା ଅଞ୍ଚଳର ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସ୍ପି ସାରା ଶର୍ମା। ଅନ୍ୟ ପକ୍ଷରେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଲଜ୍ର ମାଲିକ ସହ ୩ ଗ୍ରାହକ ରହିଛନ୍ତି। ସେମାନଙ୍କ ନିକଟରୁ ୩୬୦୦ ଟଙ୍କା, ୪ଟି ମୋବାଇଲ ଏବଂ ବହୁ ଆପତ୍ତିଜନକ ସାମଗ୍ରୀକୁ ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପାରଳାଖେମୁଣ୍ଡିରେ ସେକ୍ସ ରାକେଟ ଠାବ, ୪ ଅଭିଯୁକ୍ତ ଗିରଫ
Advertisment
Follow Us