ପୁରୀ: ବଳିଆପଣ୍ଡା ଥାନା ଅନ୍ତର୍ଗତ ସି ଭ୍ୟୁ ଇନ୍ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ବେଳେ ପୁଲିସ ଚଢ଼ାଉ କରି ଗ୍ରାହକଙ୍କ ସମେତ ଦେହଜୀବୀଙ୍କୁ ଉଦ୍ଧାର କରିଛି । ଅନୈତିକ କାରବାର ଚାଲୁଥିବା ନେଇ ଖବର ମିଳିବା ପରେ ଆଜି ଭୋର ୪ଟା ୩୦ମିନିଟରେ ବଳିଆପଣ୍ଡା ଥାନା ପୁଲିସ ହୋଟେଲ ଉପରେ ଚଢ଼ଉ କରିଥିବା ଜଣାପଡ଼ିଛି। ଚଢ଼ାଉ ପରେ ହୋଟେଲକୁ ଲିଜରେ ନେଇଥିବା ସପନ ଦତ୍ତଙ୍କ ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୁଲିସ । ଏହା ସହ ୫ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।
ଗିରଫ ହୋଇଥିବା ଦୁଇ ଗ୍ରାହକଙ୍କ ମଧ୍ୟରୁ ଜଣେ ନିମାପଡ଼ା ଅଂଚଳର ଏବଂ ଅନ୍ୟ ଜଣେ ଏରସମାର ବୋଲି ଜଣା ପଡ଼ିଛି। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଛି ପୁଲିସ। ହୋଟେଲ ରୁମରୁ କଣ୍ଡୋମ ଓ ଯୌନ ଉଦ୍ଦୀପକ ବଟିକା ଜବତ କରାଯାଇଛି।
Follow Us