ସମ୍ବଲପୁରରେ ଚାଲିଛି ବଡ଼ ଧରଣର ସେକ୍ସ ରାକେଟ୍, ଅଇଁଠାପାଲି, ପୁଟିବନ୍ଧ ଓ ସରଲାକାନିରେ ଚଢ଼ଉ

Advertisment
ସମ୍ବଲପୁରରେ ଚାଲିଛି ବଡ଼ ଧରଣର ସେକ୍ସ ରାକେଟ୍, ଅଇଁଠାପାଲି, ପୁଟିବନ୍ଧ ଓ ସରଲାକାନିରେ ଚଢ଼ଉ

ସମ୍ବଲପୁର : ସମ୍ବଲପୁର ସହରର ବିଭିନ୍ନ ଅଂଚଳରେ ଚାଲିଛି ଦେହ ବେପାର। ରାଜ୍ୟ ତଥା ରାଜ୍ୟ ବିଭିନ୍ନ ଅଂଚଳରୁ ଆସୁଥିଲେ ଯୁବତୀ। ଏଭଳି ସୂଚନା ମିଳିବା ପରେ ଏସ୍‌ପି ବି.ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ସହର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ସହରର ବିଭିନ୍ନ ଥାନା ଅଂଚଳରେ ୬ଟି ଟିମ୍ ଚଢ଼ଉ କରିଥିଲା। ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଧ ଓ ସରଲାକାନି ଅଂଚଳରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଉଭୟ ଜାଗାରୁ ୨ ଜଣ ଲେଖାଏଁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପୁଟିବନ୍ଧରେ ଘର ମାଲିକ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରେ ଘର ଭଡ଼ା ନେଇ ରହୁଥିବା ମହିଳା ଜଣକ ଏହି କାରବାର ଚଲାଇଥିଲେ। ଏହି ଘଟଣାରେ ଘର ମାଲିକଙ୍କୁ ଥାନାକୁ ଡାକି ଆଣି ପଚରାଉଚରା କରାଯାଉଛି। ଉଭୟ ସ୍ଥାନରେ ଚଢ଼ଉ ବେଳେ କିଛି ଲୋକ ଫେରାର ହୋଇଯାଇଥିବା କୁହାଯାଉଛି। ଚଢ଼ଉ ବେଳେ ‌କେତେକ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।

publive-image

ସେହିପରି ଅଇଁଠାପାଲି ଥାନା ଅଂଚଳରେ ମଧ୍ୟ ଏକ ଚଢ଼ଉ ହୋଇଛି। ସେଠାରୁ ମଧ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଉଛି। ଚଢ଼ଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ଉଦ୍ଧାର ହୋଇଥିବା ଯୁବତୀମାନେ ମଧ୍ୟରେ ବିହାରରୁ ଜଣେ ଥିବା ବେଳେ ଅନ୍ୟମାନେ ବରଗଡ଼, ଝାରସୁଗୁଡ଼ା ଓ ସୋନପୁର ଅଂଚଳର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe