ଭୁବନେଶ୍ୱର: ଭୁବନେଶ୍ୱରରୁ ୬ ବାଂଲାଦେଶୀ ଯୁବତୀ ଉଦ୍ଧାର ହୋଇଥିବା ଘଟଣାରେ ରାଣୀ ମହୁମାଛି ଦିଦିର ତିନି ଦଲାଲଙ୍କୁ ଗିରଫ କରି ପୁଲିସ ପଚରାଉଚରା ଜାରି ରଖିଥିଲା। ଗୁରୁବାର ଏହି ତିନି ଦଲାଲଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତିନି ଦଲାଲଙ୍କ ନାମ ଉତ୍ତମ ଜେନା, ରାଜୁ ଦାସ ଓ ପ୍ରଶାନ୍ତ ପରିଡ଼ା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
India Todayଏହି ସହଯୋଗୀମାନେ ଦିଦିଙ୍କ କଥାରେ ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଆଣିବାରେ ସାହାଯ୍ୟ କରୁଥିଲେ। ଏସଟିଏଫ ଭୁବନେଶ୍ୱରରୁ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହାସହ ୨ ମାଷ୍ଟରମାଇଣ୍ଡ ଇବ୍ରାହିମ୍ ଓ ଅଞ୍ଜଳି ମଧ୍ୟ ଗିରଫ ହୋଇଥିଲେ । ସେକ୍ସ ରାକେଟ ଚାଲିଥିବା ସନ୍ଦେହ କରି ପୁରୁଣା ଭୁବନେଶ୍ବରର ଏକ ଭଡା ଘରେ ଏସଟିଏଫ ଚଢାଉ କରିଥିଲା । ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ୮ ଜଣ ବାଂଲାଦେଶୀ ଯୁବତୀ ଥିବା କୌଣସି ସୂତ୍ରରୁ ଖବର ପାଇଥିଲା ପୁଲିସ । ଏହାପରେ ପୁଲିସ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଚଢାଉ କରି ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା ।
Follow Us