ଅଧ୍ୟାପକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ: ଅଧ୍ୟକ୍ଷଙ୍କ ସୁପାରିସ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଲାନି

Advertisment

ଅସଦାଚରଣ ଓ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣେ ଅଧ୍ୟାପକଙ୍କୁ ରାଜନୈତିକ ଚାପରେ ପୁନଃନିଯୁକ୍ତି ମିଳିଥିବାରୁ ଚିତାଳୋ ଡିଗ୍ରି ମହାବିଦ୍ୟାଳୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

ଅସଦାଚରଣ ଓ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣେ ଅଧ୍ୟାପକଙ୍କୁ ରାଜନୈତିକ ଚାପରେ ପୁନଃନିଯୁକ୍ତି ମିଳିଥିବାରୁ ଚିତାଳୋ ଡିଗ୍ରି ମହାବିଦ୍ୟାଳୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

Sexual harassment on TV channels: 50 companies remove ads

Sexual harassment on TV channels: 50 companies remove ads

ଯାଜପୁରସଦର: ଅସଦାଚରଣ ଓ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣେ ଅଧ୍ୟାପକଙ୍କୁ ରାଜନୈତିକ ଚାପରେ ପୁନଃନିଯୁକ୍ତି ମିଳିଥିବାରୁ ଚିତାଳୋ ଡିଗ୍ରି ମହାବିଦ୍ୟାଳୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଯାଜପୁର ସହର ଉପକଣ୍ଠରେ ଥିବା ଚିତାଳୋ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ନିରଞ୍ଜନ ପଣ୍ଡାଙ୍କ ନାମରେ ଏଭଳି ଅଭିଯୋଗ ରହିଛି। ୨୦୨୧ରେ ସେ ଛାତ୍ରମାନଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ପୁଲିସ ଯାଜପୁର ଥାନା କେସ୍‌ ନମ୍ବର ୩୧୧ ରୁଜୁ କରି ୩୦.୦୮.୨୦୨୧ରେ ତାଙ୍କୁ କୋର୍ଟଚାଲାଣ କରିଥିଲା। ସେହିପରି ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ଜାତିକୁ ନେଇ ଆକ୍ଷେପ ଓ ଗାଳିଗୁଲଜ କରିବା ଅଭିଯୋଗରେ ଯାଜପୁର ଥାନାରେ ମାମଲା ରୁଜୁ ହୋଇଛି ଏବଂ ୨୦୨୨ ମାର୍ଚ୍ଚ ୧୫ରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ମାମଲା ଯାଜପୁର ଜିଲ୍ଲା ଦୌରା ଜଜ୍ କୋର୍ଟରେ ବିଚାରାଧୀନ ରହିଛି। ଏହାବ୍ୟତୀତ ବେଆଇନ ନିଯୁକ୍ତିକୁ ନେଇ କେସ୍ ନଂ. ୩୭୯/୨୦୨୪, ଓଡ଼ିଶା ଲୋକାୟୁକ୍ତଙ୍କ ସମେତ କ୍ରାଇମ୍‌ବ୍ରାଞ୍ଚ, ଭିଜିଲାନ୍ସ, ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ପରିସରଭୁକ୍ତ ରହିଛି। ଓଡ଼ିଶା ମାନବାଧିକାର ଆୟୋଗରେ ମଧ୍ୟ (କେସ୍ ନଂ ୩୦୭୨/୨୦୨୪) ରୁଜୁ ହୋଇ ବିଚାରାଧୀନ ରହିଛି।

ରହିଛି ଏକାଧିକ ମାମଲା
ଗିରଫ ହୋଇ ଜେଲ୍‌ ଯାଇଥିଲେ

ମହାବିଦ୍ୟାଳୟର ପରିଚାଳନା ସମିତି ଓ ଉଚ୍ଚଶିକ୍ଷା ବିଭାଗର ବିନା ଅନୁମୋଦନରେ ୨୦୦୮-୦୯ରୁ ୨୦୦୯-୧୦ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଜାଲ୍ କାଗଜପତ୍ର ଦେଇ ସେ ଏମ୍‌ଫିଲ କରିଥିଲେ। ଏହି ସମୟରେ ସେ ଉପସ୍ଥାନ ଖାତାରେ ଦସ୍ତଖତ କରି ଦରମା ମଧ୍ୟ ଉଠାଇଥିଲେ। ଏହାକୁ ନେଇ ପ୍ରବଳ ଅସନ୍ତୋଷ ବଢ଼ିବାରୁ ଯାଜପୁରର ତତ୍କାଳୀନ ଉପଜିଲ୍ଲାପାଳ ତଥା ପରିଚାଳନା ସମିତି ସଭାପତି ତାଙ୍କୁ ୨୦୨୧ ସେପ୍ଟେମ୍ବର ୬ ତାରିଖଠାରୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ୨୦୨୩ ଫେବ୍ରୁଆରି ୨୧ରେ ଉଚ୍ଚଶିକ୍ଷା ବିଭାଗ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡବିଧାନ ନିମନ୍ତେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବ ସରକାର ସମୟରେ ସେ ରାଜନୈତିକ ଚାପ ପକାଇ ପୁଣି ଏହି ମହାବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲେ। ଉଚ୍ଚଶିକ୍ଷା ବିଭାଗ ଏ ନେଇ ନିର୍ଦେଶନାମା ଦେଇଥିଲା।

ବଡ଼କଥା ହେଉଛି, ୨୦୨୫ ମାର୍ଚ୍ଚ ୪ ତାରିଖରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ବିବାଦୀୟ ଅଧ୍ୟାପକ ଶ୍ରୀ ପଣ୍ଡାଙ୍କୁ ନିଲମ୍ବିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ମୁଦୁଲି ମଧ୍ୟ ଅଧ୍ୟାପକଙ୍କୁ ତୁରନ୍ତ ବହିଷ୍କାର କରିବା ଲାଗି ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିବା କହିଛନ୍ତି। ଏହା ସତ୍ତ୍ବେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାଦ୍ବାରା ମହାବିଦ୍ୟାଳୟର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଥିବାରୁ ଅଧ୍ୟାପକଙ୍କୁ ତୁରନ୍ତ ହଟାଇବାକୁ ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ନଚେତ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ଏ ସଂପର୍କରେ ଅଧ୍ୟାପକ ନିରଞ୍ଜନ ପଣ୍ଡା କହିଛନ୍ତି ଯେ ୨୦୨୧ରେ ତାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଫସାଇ ଦିଆଯାଇଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ଏବେ ତାଙ୍କ ନାମରେ ନାନାଦି ମିଛ ଅଭିଯୋଗ ଅଣାଯାଉଛି ବୋଲି ସେ ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe