ମହିଳା ହୋମଗାର୍ଡଙ୍କୁ ଯୌନ ଶୋଷଣ: ଜେଲ୍‌ ଗଲେ ଆଇଆଇସି, ଚାକିରିରୁ ନିଲମ୍ବିତ

Advertisment

ଜଗତସିଂହପୁର ଥାନାର ହୋମଗାର୍ଡଙ୍କୁ ପ୍ରେମ, ଶାରୀରିକ ସମ୍ପର୍କ ଓ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା କୁଜଙ୍ଗ ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ଜଗତସିଂହପୁର ଥାନାର ହୋମଗାର୍ଡଙ୍କୁ ପ୍ରେମ, ଶାରୀରିକ ସମ୍ପର୍କ ଓ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା କୁଜଙ୍ଗ ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

dddfdfcv

ଜଗତସିଂହପୁର: ଜଗତସିଂହପୁର ଥାନାର ହୋମଗାର୍ଡଙ୍କୁ ପ୍ରେମ, ଶାରୀରିକ ସମ୍ପର୍କ ଓ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା କୁଜଙ୍ଗ ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୌନ ଶୋଷଣ ମାମଲାରେ ଛନ୍ଦି ହେବା ପରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି। କୁଜଙ୍ଗ ଥାନା ଅଧିକାରୀ ଇନ୍‌ସପେକ୍ଟର୍‌ ତପନ ନାହାକଙ୍କୁ ଗିରଫ କରିଛି ଜଗତସିଂହପୁର ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଡିଜି ଘଟଣାକୁ ଗୁରୁତ୍ବର ସହ ନେଇ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଅଧୀନରେ ରହିବେ ବୋଲି ନିର୍ଦ୍ଦେଶ ରହିଛି। ଖାଲି ସେତିକି ନୁହେଁ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବା ସହ ଘଟଣା ଉପରେ ଡିଜି କାର୍ଯ୍ୟାଳୟରୁ ତୀକ୍ଷ୍ଣ ନଜର ରଖାଯାଇଛି।

ସୂଚନା ଅନୁସାରେ, ଗତକାଲି ଜେରା ପରେ ଆଜି ଇନ୍‌ସପେକ୍ଟର ତପନ ନାହାକଙ୍କୁ ପୁଲିସ ଗିରଫ କରିଥିଲା। ଏସ୍‌ପିଙ୍କ କାର୍ଯ୍ୟାଳୟରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତରୀମାଇନା ପାଇଁ ନିଆଯାଇଥିଲା। ସନ୍ଧ୍ୟାରେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଦିନେ ଜଗତସିଂହପୁର ଥାନାର କାମଚଳା ଆଇଆଇସି ଥିଲେ ତପନ ନାହାକ। ଆଜି ସେହି ଥାନା ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ଯେଉଁ ଗାଡ଼ିରେ ବୁଲୁଥିଲେ ସେହି ଗାଡ଼ିରେ ବସି ଡାକ୍ତରଖାନା, କୋର୍ଟ ଓ ଶେଷରେ ଜେଲ୍‌ ଯାଇଛନ୍ତି। 

 କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଅଧୀନରେ ରହିବେ
ଯେଉଁ ଥାନାରେ ଥିଲେ, ସେଇ ଥାନାରେ ଗିରଫ ହେଲେ
ଯେଉଁ ଗାଡ଼ିରେ ବୁଲୁଥିଲେ, ସେହି ଗାଡ଼ିରେ କୋର୍ଟଚାଲାଣ 

ଅଭିଯୋଗକାରିଣୀ ହୋମଗାର୍ଡଙ୍କର ମଧ୍ୟ ଖୁବ୍‌ଶୀଘ୍ର ଡାକ୍ତରୀମାଇନା ହେବ। ଗତକାଲି ମାମଲା ରୁଜୁ ହେବା ପରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ଏହା ପରେ ଡାକ୍ତରୀମାଇନା ପାଇଁ ନିଆଯାଇଥିଲା। ସେ ଡାକ୍ତରୀମାଇନା ପାଇଁ ମନା କରିଥିଲେ। ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବ। ପୁଲିସ ଏହି ଘଟଣାରେ ତଦନ୍ତକୁ ଜୋରଦାର କରିଛି। ମହିଳା ହୋମଗାର୍ଡଙ୍କ ସହ ଅଭିଯୁକ୍ତ ଇନ୍ସପେକ୍ଟର୍‌ ପୁରୀ, ପାରାଦୀପ ଆଦି ଅଞ୍ଚଳକୁ ଯାଇଥିବା ଅଭିଯୋଗରେ ଦର୍ଶାଯାଇଥିବା ବେଳେ ପୁଲିସ ସେହି ସବୁ ସ୍ଥାନକୁ ଯାଇ ତଥ୍ୟ ପ୍ରମାଣ ସଂଗ୍ରହ କରିବ ବୋଲି ଜଣାପଡ଼ିଛି। ମୋବାଇଲ୍‌ ଚାଟିଂ, କଲ୍ ଡିଟେଲ୍ସ ରେକର୍ଡ, ଏକାଠି ଗୋଟିଏ ସ୍ଥାନରେ ଥିବା ସମୟରେ ଉଭୟଙ୍କ ମୋବାଇଲ ଲୋକେସନ୍, ଯେଉଁ ହୋଟେଲକୁ ଯାଇଥିଲେ ସେଠାକୁ ଯାଇ ପୁଲିସ ତନାଘନା କରିବ। ଯଦି ଦୁଇଜଣ ଏକାଠି ଥିବାର କୌଣସି ସିସିଟିଭି ଫୁଟେଜ୍‌ କିମ୍ବା ଅନ୍ୟ କିଛି ପ୍ରମାଣ ଥାଏ, ତାହା ମଧ୍ୟ ସଂଗ୍ରହ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe