ନ୍ୟାୟ ମିଳିଲାନି, ପୀଡ଼ିତା ନାବାଳିକାଙ୍କ ଆତ୍ମହତ୍ୟା

ଯୁବକର ବାରମ୍ବାର ଅସଦାଚରଣ; କେହି ଶୁଣିଲେନି, ନା ଗାଁ ନା ପୁଲିସ୍‌, ଫାଣ୍ଡି ଅଧିକାରୀ ନିଲମ୍ବିତ

ଲଭ୍‌-ସେକ୍ସ-ଧୋକା ପରେ ଦିବ୍ୟାଙ୍ଗ ଯୁବତୀଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ

Daily Guide

ଢେଙ୍କାନାଳ : ବାରମ୍ବାର ଅସଦାଚରଣ କରୁଥିଲା ଜଣେ ଯୁବକ। ଗାଁର ସଭା ବସି ଏଭଳି ନ କରିବା ପାଇଁ ତାଗିଦ୍‌ କ‌ଲେ ମଧ୍ୟ ଯୁବକ ଜଣକ ଶୁଣୁନଥିଲା। ଶେଷରେ, ବାଧ୍ୟ ହୋଇ ପରିବାର ଲୋକ ଥାନାର ଦ୍ବାରସ୍ଥ ହେଲେ। କିନ୍ତୁ ପୁଲିସ୍‌ ଅଭିଯୋଗକୁ ଗୁରୁତ୍ବ ଦେଲାନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ସବୁଠାରୁ ନିରାଶ ହେବାବେଳେ ଖାଇ ଗୋଡ଼ାଉଥିଲା ଲୋକଲଜ୍ଜା ଓ ଅପବାଦ। ଶେଷରେ ଲୋକଲଜ୍ଜା ସହିନପାରି ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରି ଦେଇଛନ୍ତି। ମୃତ ନାବାଳିକାଙ୍କ ପିତା ଆଜି ଏସ୍‌ପିଙ୍କଠାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିବା ପରେ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

ଢେଙ୍କାନାଳ ସଦର ଥାନା ଦୀନବନ୍ଧୁପୁର ଚତକାସାହିର ଜଣେ ୧୭ ବର୍ଷୀୟା ନାବଳିକା ଘରେ ଏକା ଥିବା ସମୟରେ ସେହି ସାହିର ସୁବାସ ମୁଦୁଲି ନାବାଳିକାଙ୍କ ଘର ପାଚେରି ଡେଇଁ ତାଙ୍କୁ ବାରମ୍ବାର ଅସଦାଚରଣ କରିବା ସହ ଟଣାଓଟରା କରୁଥିଲା । ତାର ମନ୍ଦ ଉଦ୍ଦେଶ୍ୟ ସଫଳ ନହେବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲା। ଏ ସଂପର୍କରେ ଗାଁରେ ସଭା ବସାଇ ଆଲୋଚନା କରାଯାଇଥିଲେ ମଧ୍ୟ ଭଦ୍ରଲୋକଙ୍କ ନିଷ୍ପତ୍ତିକୁ ସୁବାସ ମାନିନଥିଲା । ପରେ ସ୍ଥାନୀୟ ସରପଞ୍ଚଙ୍କୁ ନାବାଳିକାଙ୍କ ବାପାମା' ଅବଗତ କରାଇ ସହାୟତା ଲୋଡ଼ିଥିଲେ। ତେବେ, ଏଥିରେ କୌଣସି ସୁଫଳ ନମିଳିବାରୁ ଗତ ୬ ତାରିଖରେ ନାବାଳିକାଙ୍କ ମା' ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପରେ ମଧ୍ୟ ଫାଣ୍ଡି ଅଧିକାରୀ ଘଟଣା ଉପରେ ଗୁରୁତ୍ୱ ଦେଇନଥିଲେ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଏଥିରେ ଉତ୍ସାହିତ ହୋଇ ସୁବାସ ବାରମ୍ବାର ଧମକ ଦେବା ସହ ନାବାଳିକାଜଣଙ୍କୁ ଅଧିକ ଅସଦାଚରଣ କରି ଚାଲିଥିଲା । ଗତ ୨୮ ତାରିଖରେ ନାବାଳିକାଙ୍କ ବାପା ଓ ମା' ବିଲକୁ ଯାଇଥିବାବେଳେ ପୁଣି ସେ ଘରେ ପଶି ନାବାଳିକାଙ୍କୁ ଟଣାଓଟରା କରିଥିଲା ।

publive-image Dailyhunt

ବାରମ୍ବାର ଏପରି ନିର୍ଯାତିତ ହେବାପରେ ବିଚରା ନାବାଳିକା ଅସହାୟ ହୋଇ ପଡ଼ିଥିଲେ। ପୁଲିସ ଠାରୁ କୌଣସି ସହାୟତା ନପାଇବା ପରେ ସେ ନିଜ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଗତରାତି ସେ ବିଷ ପିଇ ଦେଇଥିଲେ । ତାଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ନାବାଳିକାଙ୍କ ବାପା ଆଜି ଏସ୍‌ପିଙ୍କ ନିକଟରେ ଅଭିଯୋଗରେ ଜଣାଇଛନ୍ତି। ଏସ୍‌ପି ତ୍ବରିତ୍‌ କାର୍ଯ୍ୟାନାଷ୍ଠାନ ଗ୍ରହଣ କରି ଭାପୁର ଫାଣ୍ଡି ଅଧିକାରୀ ଏଏସ୍‌ଆଇ ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe