ଭୁବନେଶ୍ୱର : ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଚାଲିଥିବା ବିଶ୍ୱ ପୁସ୍ତକ ମେଳାରେ ଆସନ୍ତା ୯ ତାରିଖ ସଂଧ୍ୟାରେ ଲୋକପ୍ରିୟ ଔପନ୍ୟାସିକ ଗୌରହରି ଦାସଙ୍କ ଉପନ୍ୟାସ ‘କେତେ ରଙ୍ଗର ଜୀବନ’ର ଇଂରାଜି ଅନୁବାଦ ‘ସେଡ୍ସ ଅଫ୍ ଲାଇଫ୍’ ଉନ୍ମୋଚିତ ହେବ। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ କବି ତଥା ସମାଲୋଚକ ପ୍ରଫେସର ସୁକୃତା ପଲ୍ କୁମାର ଏବଂ କଶ୍ମୀର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜି ରିଡର୍ ଡକ୍ଟର ମୋତିଲାଲ ପଣ୍ଡିତ ଯୋଗଦେବେ। ଏହି ଉପନ୍ୟାସଟି ‘କଥା’ ପତ୍ରିକାରେ ପ୍ରକାଶିତ ହୋଇ ପ୍ରଚୁର ପାଠକୀୟତା ପାଇଥିଲା। ପରେ ୨୦୧୩ ମସିହାରେ ପକ୍ଷୀଘର ପ୍ରକାଶନୀ ଦ୍ୱାରା ପୁସ୍ତକ ଭାବରେ ପ୍ରକାଶିତ ହୋଇଥିଲା। ଏହାର ଇଂରାଜି ଅନୁବାଦ କରିଛନ୍ତି ବିଶିଷ୍ଟ କବି ଓ ଅନୁବାଦକ ଜଗନ୍ନାଥ ଦାଶ। ଏହି ଉତ୍ସବରେ ଯୋଗଦେବା ଲାଗି ସାହିତ୍ୟାନୁରାଗୀମାନଙ୍କୁ ପ୍ରକାଶନ ସଂସ୍ଥା ଲିଫି ପବ୍ଲିକେଶନ୍ସ ପକ୍ଷରୁ ରାକେଶ ଶର୍ମା ଅନୁରୋଧ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us