ଚତୁର୍ମାସ୍ୟା ବ୍ରତ ଶେଷ କଲେ ଶଙ୍କରାଚାର୍ଯ୍ୟ

Advertisment

ଶ୍ରୀକ୍ଷେତ୍ର ବାହାରେ ଭୂମି ସ୍ପର୍ଶ ସହ ମହୋଦଧି ଆଳତି କରି ମଠକୁ ଫେରିଲେ

ଶ୍ରୀକ୍ଷେତ୍ର ବାହାରେ ଭୂମି ସ୍ପର୍ଶ ସହ ମହୋଦଧି ଆଳତି କରି ମଠକୁ ଫେରିଲେ

ଚତୁର୍ମାସ୍ୟା ବ୍ରତ ଶେଷ କଲେ ଶଙ୍କରାଚାର୍ଯ୍ୟ

ପୁରୀ : ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ପବିତ୍ର ଗୁରୁପୂର୍ଣ୍ଣିମାରେ ଆରମ୍ଭ କରିଥିବା ଚତୁର୍ମାସ୍ୟା ବ୍ରତ ଶନିବାର ସମାପନ କରିଛନ୍ତି। ପରମ୍ପରା ଅନୁଯାୟୀ, ଚତୁର୍ମାସ ବ୍ରତ କାଳରେ ଜଗଦ୍‌ଗୁରୁ ଶ୍ରୀକ୍ଷେତ୍ର ବାହାରକୁ ଯାଇନଥାନ୍ତି। ଶନିବାର ଦିନ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଏହି ବ୍ରତ ସମାପନ ପରେ ଗୋଶାଳା ଯାଇ ଗୋ-ସେବା କରିବା ସହ ଅପରାହ୍ଣରେ ମଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ବାରରୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀକ୍ଷେତ୍ର ବାହାରକୁ ଯାଇ ତୁଳସୀ ଚୌରା ଛକରେ ଭୂମି ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ତୁଳସୀ ଚୌରା ଛକରୁ ନୀଳାମ୍ବରପୁରସ୍ଥିତ ବିଲ ମହାଦେବଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ।

ଫେରିବା ବେଳେ ମା’ ବାଟମଙ୍ଗଳା ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପରେ ସ୍ବର୍ଗଦ୍ବାର ନିକଟରେ ମହୋଦଧି ଆଳତି ସମର୍ପଣ କରି ସଂଧ୍ୟାରେ ମଠକୁ ଫେରିଥିଲେ। ଚତୁର୍ମାସ ବ୍ରତ କାଳରେ ଜଗଦଗୁରୁଙ୍କଠାରୁ ୨ ମାସ ଧରି ଶିକ୍ଷା ଗ୍ରହଣ କରୁଥିବା ସମସ୍ତ ସାଧୁସନ୍ଥମା‌ନେ ବି ଏହି ଅବସରରେ ଗୁରୁଜୀଙ୍କ ସହ ସାମିଲ୍‌ ହୋଇ ଶ୍ରୀକ୍ଷେତ୍ର ବାହାରକୁ ଯାଇ ଭୂମି ସ୍ପର୍ଶ କରି ଫେରିଥିଲେ। ସାଧୁସନ୍ଥଙ୍କ ସହ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର କର୍ମକର୍ତ୍ତାମାନେ ବି ଜଗଦଗୁରୁଙ୍କ ଏହି ଯାତ୍ରାରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe