ରତ୍ନଭଣ୍ଡାର ପ୍ରସଙ୍ଗରେ ଶଙ୍କରଚାର୍ଯ୍ୟଙ୍କ କ୍ଷୋଭ, କେହି ମୋର ପରାମର୍ଶ ଲୋଡ଼ିନାହାନ୍ତି

ରତ୍ନଭଣ୍ଡାର ପ୍ରସଙ୍ଗରେ ଶଙ୍କରଚାର୍ଯ୍ୟଙ୍କ କ୍ଷୋଭ, କେହି ମୋର ପରାମର୍ଶ ଲୋଡ଼ିନାହାନ୍ତି

ପୁରୀ : ସୋମବାର ଦିନ ପବିତ୍ର ଗୁରୁପୂର୍ଣ୍ଣିମାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କେହି ବି ତାଙ୍କର ପରାମର୍ଶ ଲୋଡ଼ିନାହାନ୍ତି ବୋଲି କହିବା ସହ କାହିଁକି ମୁଁ କୌଣସି ପରାମର୍ଶ ଦେବି ବୋଲି ଜଗଦ୍‌ଗୁରୁ କ୍ଷୋଭର ସହ କହିଛନ୍ତି।

ନିଜ ପ୍ରତିକ୍ରିୟାରେ ଜଗଦ୍‌ଗୁରୁ କହିଛନ୍ତି, ଶ୍ରୀମନ୍ଦିରର କୌଣସି ସମସ୍ୟାରେ ଧର୍ମଗୁରୁ ଭାବେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ କେହି ବି ସେଭଳି କରୁନାହାନ୍ତି। ଶ୍ରୀମନ୍ଦିର ପରିଚାଳନା ପାଇଁ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଅଛନ୍ତି। ସରକାର ହୁଅନ୍ତି କି ପରିଚାଳନା କମିଟି କେହି ବି ରତ୍ନଭଣ୍ଡାର ପ୍ରସଙ୍ଗରେ ମୋର ପରାମର୍ଶ ଲୋଡ଼ିନାହାନ୍ତି। ଯଦି ସରକାର କି ସମିତି ମୋ ପାଖକୁ ଆସି ପରାମର୍ଶ ଲୋଡ଼ନ୍ତି, ରତ୍ନଭଣ୍ଡାର ଉପରେ ମୁଁ ନିଶ୍ଚିତ ଉଚିତ ପରାମର୍ଶ ଦେବି ବୋଲି ଜଗଦ୍‌ଗୁରୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe