ଘୁ. ଉଦୟଗିରି: ସରକାରଙ୍କ ଆବାସ ଯୋଜନା ଗରିବଙ୍କ ପାଇଁ ସାତସପନ ହୋଇ ରହି ଯାଇଛି। ପ୍ରକୃତ ଗରିବ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚି ପାରୁନି। ଭଙ୍ଗା ଝାଟିମାଟି ଘରେ ଆଜିବି ଅନେକ ପରିବାର ଆଶ୍ରୟ ନେଇ ରହୁଥିବା ଦୃଶ୍ୟ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗାଁରେ ଦେଖୁବାକୁ ମିଳିଛି। ଏହିଭଳି ଏକ ଦୃଶ୍ୟ ଦେଖୁବାକୁ ମିଳିଛି କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତର କୁମ୍ଭାର ସାହିରେ। ଶକୁନ୍ତଳା ବେହେରାଙ୍କ ପାଇଁ ସରକାରଙ୍କ ପକ୍କାଘର ଯୋଜନା ଅପହଞ୍ଚ ହୋଇପଡ଼ିଛି। ଘରେ ଦୁଇ ଜଣ ମା ପୁଅ ସଦସ୍ୟ ଦୀର୍ଘ ବର୍ଷ ହେବ ଝାଟିମାଟି ପଲିଥିନ ଘରେ ବିପଦ ସଙ୍କୁଳ ଅବସ୍ଥାରେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି।
ଏହି ଖବର ପଢ଼ନ୍ତୁ: କନଷ୍ଟେବଳ ଭଉଣୀ ପ୍ରେମ ବିବାହ କରିଥିବାରୁ ହାଣି ଦେଲା ଭାଇ
ପକ୍କା ଘର ଖଣ୍ଡିଏ ନଥିବାରୁ ଅଧିକ ବର୍ଷା ପବନ ବୋହିବା ସମୟରେ ଏହି ବିପଦ ସଙ୍କୁଳ ଘର ଛାଡ଼ି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି। ଗତ ୩ ମାସ ପୂର୍ବେ ହୋଇଥିବା ଲଗାଣ ବର୍ଷାରେ ତାଙ୍କର ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଦିନ ମଜୁରିଆ ଯାଇ ପାଇଥିବା ଟଙ୍କାରେ କିଛି ମରାମତି କରିଥିବା କହିଛନ୍ତି। ଅର୍ଥ ଅଭାବରୁ ଘର ସଜାଡ଼ି ନପାରି ଝାଟିମାଟି ତଳେ ବିପଦ ସଙ୍କୁଳ ଅବସ୍ଥାରେ କାଳାତିପାତ କରୁଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ମିଳିନଥିବା ଅସହାୟ ବିଧବା ଶକୁନ୍ତଳା ବେହେରା ଦୁଃଖର ସହ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ
ପକ୍କା ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିନାହିଁ। ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସବୁଦିନ ମୂଲ ମଜୁରି ମିଳୁନାହିଁ। ଯାହା କିଛି ମୂଲ ମଜୁରି ମିଳେ ସେଥିରେ ଦୁଇ ପ୍ରାଣୀ ଚଳିବା କଷ୍ଟେମଷ୍ଟେ ଚଳୁଥିବା ବେଳେ ପକ୍କା ଘର ଖଣ୍ଡିଏ କରିବା ତାଙ୍କ ପକ୍ଷେ ସାତ ସପନ ପାଲଟିଛି।
ଏହି ଖବର ପଢ଼ନ୍ତୁ: ବିଧବା ଭତ୍ତା ପାଇବାରୁ ବଞ୍ଚିତ
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଳ ଛପର ଘରେ ବସବାସ କରୁଥିବା ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଗରିବଙ୍କୁ ପକ୍କା ଘର ଯୋଗାଇବା ଦାୟିତ୍ବରେ ଥିବା ପ୍ରଶାସନ ଅଧିକାରୀଙ୍କ ଉଦାସୀନ ମନୋଭାବ ଯୋଗୁଁ ସରକାରଙ୍କ ଯୋଜନା ଗରିବଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ କରିଛନ୍ତି। ଏହି ଗରିବ ପରିବାରଙ୍କ ଘର ତଦନ୍ତ କରି ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି।
ଏହି ଖବର ପଢ଼ନ୍ତୁ: କାର୍ଯ୍ୟକାଳ ଶେଷ ପୂର୍ବରୁ ଭାରତକୁ ଉପହାର ଦେଲେ ବାଇଡେନ