ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ, ୮୯.୬୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

Advertisment
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ, ୮୯.୬୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

ପୁରୀ: ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ୨୦୨୨ ମସିହାର ଉପଶାସ୍ତ୍ରୀ ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ ୧୬୭ଟି ସଂସ୍କୃତ ମହାବିଦ୍ୟାଳୟର ପରୀକ୍ଷାର୍ଥୀ ୧୨୮ଟି ପରୀକ୍ଷା କେନ୍ଦ୍ରରେ ଗତ ଏପ୍ରିଲ ୨୯ ତାରିଖ ଠାରୁ ମେ’ ୯ ତାରିଖ ଯାଏଁ ପରୀକ୍ଷା ଦେଇଥିଲେ। ମୋଟ ୮୩୨୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭୪୬୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ପାସ୍‌ ହାର ଶତକଡ଼ା ୮୯.୬୧ ପ୍ରତିଶତ ରହିଛି।

ତେବେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୭୨୧ ଜଣ, ଦ୍ବିତୀୟ ଶ୍ରେଣୀରେ ୪୮୯୪ ଜଣ, ତୃତୀୟ ଶ୍ରେଣୀରେ ୮୪୬ ଜଣ ଏବଂ କମ୍ପାଟମେଣ୍ଟାଲରେ ୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଅସାଧୁ ଉପାୟ ଅବଲମ୍ବନ କରିଥିବା ଯୋଗୁଁ ମୋଟ ୧୮ ଜଣଙ୍କ ପରୀକ୍ଷା ଫଳକୁ ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe