ଭୁବନେଶ୍ବର: ବହୁ ଗରିବ ଘରର ପିଲା ବାଲ୍ୟକାଳରୁ ଡାକ୍ତର ହେବାର ସ୍ବପ୍ନ ଦେଖନ୍ତି। ହେଲେ ସେମାନଙ୍କ ଭିତରୁ ଖୁବ୍ କମସଂଖ୍ୟକ ପିଲାଙ୍କ ସ୍ବପ୍ନ ପୂରଣ ହୋଇଥାଏ।
ଏପବ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଉଦ୍ଦିଷ୍ଟ ନିଟ୍ ପରୀକ୍ଷାରେ ସଫଳ ହୋଇ ଚର୍ଚ୍ଚାରେ ଅଛନ୍ତି ଦୁଇ ଗରିବ ଘରର ପିଲା । ଏମାନେ ହେଲେ ଗଞ୍ଜାମ ଶାନ୍ତନୁ ଦଳାଇ ଓ ଗଜପତିର ଇଶ୍ରିତା ପଣ୍ଡା। ବଡ଼ କଥା ହେଉଛି ଦୁଇ ବିଦ୍ୟାର୍ଥୀଙ୍କ ବାପା ଅତ୍ୟନ୍ତ ଗରିବ। ଗଞ୍ଜାମ ଜିଲ୍ଲା ମଥୁରା ଗ୍ରାମର ଶାନ୍ତନୁଙ୍କ ବାପା ଘନଶ୍ୟାମ ଜଣେ ଦିନ ମଜୁରିଆ, ଯିଏ ବହୁ କଷ୍ଟରେ ପୁଅକୁ ପାଠ ପଢ଼ାଇଥିଲେ। ସେ ନିଟ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୯ ହଜାର ୬୭୮ ରାଙ୍କ ହାସଲ କରିଛନ୍ତି।
ସେହିପରି ଗଜପତି ଜିଲ୍ଲା ଅଧଭା ଗ୍ରାମର ଇଶ୍ରିତାଙ୍କ ବାପା ପରିବା ବିକ୍ରି ପରିବାର ପୋଷଣ ସହ ନିଜ ଝିଅର ପାଠପଢ଼ା ଦାୟିତ୍ୱ ମଧ୍ୟ ବହନ କରିଛନ୍ତି। ଇଶ୍ରିତା ନିଟ୍ ପରୀକ୍ଷାରେ ୧୧ ହଜାର ୮୯୫ ରାଙ୍କ ହାସଲ କରିଛନ୍ତି। ଉଭୟ ଶାନ୍ତନୁ ଓ ଇଶ୍ରିତା ଦ୍ୱିତୀୟ ପ୍ରୟାସରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଚର୍ଚ୍ଚାରେ ଶାନ୍ତନୁ ଓ ଇଶ୍ରିତା: ଦ୍ୱିତୀୟ ପ୍ରୟାସରେ ନିଟ୍ ପରୀକ୍ଷାରେ ସଫଳ
Advertisment
Follow Us