୧୭ରୁ ମାଁ ସମଲେଶ୍ବରୀଙ୍କ ପୀଠରେ ଶାରଦୀୟ ଷୋଡ଼ଷ ଉପଚାର ପୂଜା ଆରମ୍ଭ

ମା’ ସମଲେଶ୍ବରୀ ମହିଳା ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି

Twitter

ସମ୍ବଲପୁର : ଆସନ୍ତା ୧୭ ତାରିଖ ଶନିବାର ଠାରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠାରେ ଶାରଦୀୟ ଷୋଡ଼ଷ ଉପଚାର ପୂଜା ଆରମ୍ଭ ହେବ। ଉକ୍ତ ଦିନ ମୂଳାଷ୍ଟମୀ, ପୀଠେ ଷୋଡ଼ଷ ଦିନାତ୍ମକ ପୂଜାରମ୍ଭ, ପୁଅ ଜିଉନ୍ତିଆ ଓଷା, ଷୋଡ଼ଷ ଦିନାତ୍ମକ ଦୀପ ପ୍ରଜ୍ଜ୍ବଳନ କରାଯିବ। ୨୫ ତ‌ାରିଖ ରବିବାର ମହାଳୟା ଅବସରରେ ମାଆ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ୨୬ ତାରିଖ ସୋମବାରଠାରୁ ମାଆ ସମଲେଶ୍ବରୀଙ୍କ ପୀଠରେ ନବରାତ୍ର ପୂଜା ଓ ଅଖଣ୍ଡ ଦୀପ ପ୍ରଜ୍ଜ୍ବଳନ ଆରମ୍ଭ ହେବ। ୨୭ ତାରିଖ ମଙ୍ଗଳବାର ଦ୍ବିତୀୟା, ୨୮ ତାରିଖ ବୁଧବାର ତୃତୀୟା, ୨୯ ତାରିଖ ଗୁରୁବାର ଚତୁର୍ଥୀ ପୂଜା ହେବ। ୩୦ ତାରିଖ ଶୁକ୍ରବାର ପଞ୍ଚମୀ ତିଥିରେ ପଞ୍ଚଦିନାତ୍ମକ ପୂଜା ଆରମ୍ଭ ହେବ।

ଅକ୍ଟୋବର ୧ ତାରିଖ ଶନିବାର ଷଷ୍ଠୀ ଓ ପୀଠେ ମହାସପ୍ତମୀ ପୂଜା ହେବ। ସେଦିନ ମାଆଙ୍କଠାରେ ତିନିରାତ୍ର ଦୀପ ପ୍ରଜ୍ଜ୍ବଳନ ଆରମ୍ଭ ହେବ। ୨ ତାରିଖ ରବିବାର ସପ୍ତମୀ ପୂଜା, ପୀଠେ ମହାଷ୍ଟମୀ, ସନ୍ଧିପୂଜା, ମାଆଙ୍କ ଖଣ୍ଡାଧୁଆ ଯାତ୍ରା, ଆଖଡ଼ା ନଗର ପରିକ୍ରମା, ଭାଇ ଜିଉଁତିଆ ଉଷା ପାଳିତ ହେବ। ୩ ତାରିଖ ସୋମବାର ଦିନ ପୀଠେ ମହାନବମୀ ପୂଜା, ମାଁ ସମଲେଶ୍ବରୀଙ୍କ ଆଖଡ଼ା ନଗର ପରିକ୍ରମା କରିବା କରିବ। ୪ ତାରିଖ ମଙ୍ଗଳବାର ପୀଠେ ଦଶହରା, ବିଜୟାଦଶମୀ, ନବରାତ୍ର ଦୀପ ବିସର୍ଜନ ଓ ରଣଜିତା ଉତ୍ସବ ଅନୁଷ୍ଠିତ ହେବ। ୯ ତାରିଖ ରବିବାର କୁମାର ପୂର୍ଣ୍ଣିମାରେ ମାଆ ସମଲେଶ୍ବରୀ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ। ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ନୂତନ ଧ୍ବଜାରୋହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe