ନିଜର ମତ ଦଳୀୟ ଫୋରମ୍‌ରେ ଜଣାନ୍ତୁ : ଗଣେଶ୍ବର

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ସମସ୍ୟା ବାବଦରେ ପ୍ରତିଶ୍ରୁତି ଦେଲେନି ୫-ଟି ସଚିବ : ଗଣେଶ୍ବର

ଭୁବନେଶ୍ବର : ପଦ୍ମପୁର ଉପ-ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପ୍ରଦର୍ଶନକୁ ନେଇ ମତ ରଖିଛନ୍ତି କଂଗ୍ରେସ ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଗଣେଶ୍ବର ବେହେରା। ଶ୍ରୀ ବେହେରା ଏକ ଭିଡିଓ ବାର୍ତା ଜରିଆରେ କହିଛନ୍ତି ଯେ ନିର୍ବାଚନ ରଣାଙ୍ଗନର ଦଳର ସମସ୍ତ ନେତାମାନଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥିଲେ ସଭାପତି ଶରତ ପଟ୍ଟନାୟକ। ମାତ୍ର କଂଗ୍ରେସକୁ ଆଶାତୀତ ଭୋଟ୍ ମିଳିଲାନାହିଁ। ଏହା କଂଗ୍ରେସ ଦଳ ପାଇଁ ଏକ ଆହ୍ବାନ। ଆହ୍ବାନକୁ ଗ୍ରହଣ କରି ଆତ୍ମସମୀକ୍ଷା କରାଯିବ। ଏକାଠି ହୋଇ ଦୋଷତ୍ରୁଟିକୁ ଖୋଜାଯିବ। ଏହାକୁ ସଂଶୋଧନ କରି ଦଳ ଆଗକୁ ବଢ଼ିବ।

ଦଳରେ ଯାହାର ଯାହା ମତ ରହିଛି ସେମାନେ ପିସିସି ସଭାପତି, ଉଚ୍ଚ କର୍ତୃପକ୍ଷ କିମ୍ବା ଦଳୀୟ ଫୋରମ୍‌ରେ ଆଲୋଚନା କଲେ ତାହା ଦଳ ପାଇଁ ଅଧିକ ହିତକର। ଦଳ ଆଗରୁ ବି ଜୟ-ପରାଜୟ ସାମ୍ନା କରିଛି। ହେଲେ ଲଗାତାରଭାବେ ଗୋଟିଏ ପରେ ଗୋଟିଏ ପରାଜୟ ଦଳକୁ ଧରାଶାୟୀ କରିଛି। କିନ୍ତୁ ଦଳ ଭାଙ୍ଗି ପଡ଼ିବନାହିଁ। ଜଣେ ବିଜେତା କେବେ ହାର ମାନି ନ ଥାଏ। ଦଳର ଭବିଷ୍ୟତ ପାଇଁ ସମସ୍ତ ଶକ୍ତି ଲଗାଇ ମିଳିତଭାବେ କାର୍ଯ୍ୟ କରିବାକୁ ହେବ। ଓଡ଼ିଶାର ସ୍ବାର୍ଥ ପାଇଁ କଂଗ୍ରେସକୁ ଶକ୍ତିଶାଳୀ ହେବାକୁ ପଡ଼ିବ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe