ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତଙ୍କ ଜଗତ୍‌ସିଂହପୁର ଲିଙ୍କ୍‌କୁ ନେଇ ଚର୍ଚ୍ଚା

Advertisment
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ମାମଲାର ଦ୍ଵିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ

youtube.com

୨ ବର୍ଷ ତଳେ ରାଜ୍‌ ମିଡିଆର ସ୍ବନକ୍ଷତ୍ରରେ ଯୋଗ ଦେଇଥିଲେ
ଅତିଥି ହେବାକୁ ଜଣେ ମନ୍ତ୍ରୀଙ୍କର ଥିଲା ଚାପ !

ଜଗତସିଂହପୁର : କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଫେରାର୍‌ ଥିବା ମୁଖ୍ୟ ଅଭିଯୁକ୍ତ‌ା ଶର୍ମିଷ୍ଠା ରାଉତଙ୍କ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପ୍ରଭାବ ଥିଲା । ଦୁଇ ବର୍ଷ ତଳେ ରଂଜନ ନାୟକ ଓରଫ ରାଜ୍ ଜଗତସିଂହପୁରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ସେଥିରେ ଏକାଧିକ ରାଜନେତା ଓ ପ୍ରଶାସକ ଅତିଥି ହୋଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ଗିରଫ କରିଥିବା ରାଜଙ୍କ ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସେ ଏଠାରେ କିପରି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଓ ଏହା ପଛରେ କାହାର ଆଶୀର୍ବାଦ ଥିଲା ବୋଲି ଆଲୋଚନା ହେଉଛି।

publive-image

ଜଗତସିଂହପୁରରେ ରାଜ୍‌ଙ୍କ ଅଧୀନରେ ଥିବା ରାଜ୍ ମିଡ଼ିଆର ଚତୁର୍ଥ ସ୍ବନକ୍ଷତ୍ର ଦିବସ କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଜଗତସିଂହପୁରର ଜଣେ ପୂର୍ବତନ ପୌରାଧ୍ୟକ୍ଷ ମଂଚରେ ଉପସ୍ଥିତ ଥିଲେ। ସେହି କାର୍ଯ୍ୟକ୍ରମରେ ଅତିଥିମାନେ ଶର୍ମିଷ୍ଠାଙ୍କୁ ସମ୍ମାନିତ କରିଥିଲେ। ଗୁରୁତ୍ବପୂର୍ଣ୍ଣ ହେଲା ଶର୍ମିଷ୍ଠାଙ୍କର ଏକାନ୍ତ ଅନୁଗତ କୁହାଯାଉଥିବା ରାଜ୍ ଜଗତସିଂହପୁରରେ କିପରି ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସକ୍ଷମ ହେଲେ, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଂଚରେ ଥିବା ଅତିଥିମାନଙ୍କୁ କିଏ ଯୋଗାଯୋଗ କଲେ ଓ କାର୍ଯ୍ୟକ୍ରମ କେମିତି ଆୟୋଜନ ହେଲା, ତାହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

ହସ୍ତଗତ ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମରେ ଜଣେ ବରିଷ୍ଠ ପ୍ରଶାସକଙ୍କୁ ମୁଖ୍ୟଅତିଥି ଭାବେ ଯୋଗଦେବା ପାଇଁ ଜଣେ ମନ୍ତ୍ରୀ ଫୋନ୍ ଯୋଗେ ବାଧ୍ୟ କରିଥିଲେ। ମାତ୍ର ଉକ୍ତ ବରିଷ୍ଠ ଅଧିକାରୀ ଜଣକ ରାଜି ହୋଇ ନଥିଲେ। ସେଥିପାଇଁ ମନ୍ତ୍ରୀ ତାଙ୍କ ଉପରେ ଭୀଷଣ ବିରକ୍ତ ହୋଇଥିଲେ। ପୂର୍ବରୁ ରାଜ୍ ମିଡିଆର ଦୁଇ ଜଣ କର୍ମଚାରୀ ଉକ୍ତ ଅଧିକାରୀଙ୍କୁ ଅତିଥି ହେବା ପାଇଁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ମାତ୍ର ସେ ରାଜି ନ ହେବାରୁ ତୁରନ୍ତ ତାଙ୍କୁ ମନ୍ତ୍ରୀ ଫୋନ୍ କରିଥିଲେ। ଗିରଫ ନିରଞ୍ଜନ ସେଠୀଙ୍କର ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବାରୁ ସେ ହିଁ ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ କାର୍ପଟଦାର ଥିଲେ ବୋଲି ଚର୍ଚ୍ଚା ଚାଲିଛି। ମାତ୍ର, ଏହି କାର୍ଯ୍ୟକ୍ରମରେ ଅତିଥି ହୋଇଥିବା ରାଜନେତା ଓ ପ୍ରଶାସକମାନେ କାହା ଚାପରେ ନା ସବୁ ଜାଣିଶୁଣି ଆସିଥିଲେ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe