କ୍ୟାମେରାମ୍ୟାନ ମାନସ ହତ୍ୟା: କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସହ ୮ ଅଭିଯୁକ୍ତ

Advertisment
କ୍ୟାମେରାମ୍ୟାନ ମାନସ ହତ୍ୟା: କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସହ ୮ ଅଭିଯୁକ୍ତ

ଚାନ୍ଦବାଲି: ବହୁଚର୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ ମାନସ ହତ୍ୟା ଘଟଣାରେ ଆଜି ୮ ଜଣ ଅଭିଯୁକ୍ତଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ଆଜି ଭଦ୍ରକ ସବ୍‌ଜେଲରୁ ଏକ ୟୁଟିପି ଭ୍ୟାନରେ କଡ଼ା ସୁରକ୍ଷାରେ ଅଭିଯୁକ୍ତମାନଙ୍କୁ ଚାନ୍ଦବାଲି କୋର୍ଟକୁ ଆଣାଯାଇଥିଲା ପରେ ସେମାନଙ୍କୁ ଜଜଙ୍କ ନିକଟରେ ହାଜର କରାଯାଇଥିଲା । ଅଭୁଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ଝୁନୁ ଭୋଇ, ନିରଞ୍ଜନ ସେଠୀ, ପରମେଶ୍ୱର ରାଉତ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ବିବେକ ନାୟକ ଓ କୃଷ୍ଣଚନ୍ଦ୍ର ନାୟକ। ରୁଟିନ ଅନୁଯାଇ ଜଣକ ପରେ ଜଣକୁ ହାଜର କରାଯାଇଥିବା ବେଳେ ପରବର୍ତ୍ତୀ ହାଜର ୫କୁ ରହିଲା ବୋଲ ଶର୍ମିଷ୍ଠାଙ୍କ ଓକିଲ ଧନଞ୍ଜୟ ଉଦ୍‌ଗା୍ତା କହିଛନ୍ତି ।

publive-image

ଏହା ପୂର୍ବରୁ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଏପ୍ରିଲ ୧୭ ତାରିଖରେ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଭଦ୍ରକ ଉପକାରାଗାରରେ ଜେରାକରିଛି। ଏହି ଦୁଇ ଅଭିଯୁକ୍ତ ମାନସ ହତ୍ୟାକାଣ୍ଡ ଘଟଣାରେ ଅପହରଣଠାରୁ ନୟାଗଡ଼ରେ ଶବ ପୋତିବା ପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଥିଲେ। ଏମାନଙ୍କୁ ପୁଲିସ ଗିରଫ କରିବାରେ ଯେହେତୁ ୧୪ ଦିନ ବିତିଯାଇଥିଲା, ତେଣୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ରିମାଣ୍ଡରେ ଆଣିପାରି ନଥିଲା। ତେଣୁ କାରାଗାରରେ ସେମାନଙ୍କୁ ଜେରା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe