‘ସି ହେଲ୍‌ଥ ହିରୋଜ୍’ ଆଜି, ସମ୍ବର୍ଧିତ ହେବେ ୧୫ ସ୍ବାସ୍ଥ୍ୟକର୍ମୀ

Advertisment

ଆଜି ‘ସମ୍ବାଦ’ ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ

ଆଜି ‘ସମ୍ବାଦ’ ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ

‘ସି ହେଲ୍‌ଥ ହିରୋଜ୍’ ଆଜି, ସମ୍ବର୍ଧିତ ହେବେ ୧୫ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ବିଶ୍ବ ମହିଳା ଦିବସ ଅବସରରେ ‘ସମ୍ବାଦ’ ଓ ବିର୍ଲା ଫର୍ଟିଲିଟି ଏଣ୍ଡ ଆଇଭିଏଫ୍‌ର ମିଳିତ ସହଯୋଗରେ ଆୟୋଜିତ ହେଉଛି ‘ସି ହେଲ୍‌ଥ ହିରୋଜ୍ -ରେକଗନାଇଜିଂ ଓମେନ୍ ଇନ୍‌ ଆଲାଏଡ୍‌ ହେଲ୍‌ଥ କେୟାର’ କାର୍ଯ୍ୟକ୍ରମ। ଆଜି ଏହି ଉପ‌ଲକ୍ଷେ ହୋଟେଲ ମେ’ ଫେୟାର୍‌ରେ ୧୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଧିତ କରାଯିବ। କରୋନା ତଥା ଅନେକ ବିପର୍ଯ୍ୟୟ ସମୟରେ ନିରନ୍ତର ଭାବେ ସ୍ବାସ୍ଥ୍ୟସେବା ଯୋଗାଇଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଏଥିରେ ସମ୍ମାନିତ କରାଯିବ। ଏଥିପାଇଁ ଭୁବନେଶ୍ବରରେ ପ୍ରତିଷ୍ଠିତ ଥିବା ୧୫ଟି ହସ୍ପିଟାଲରୁ ୧୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଚୟନ କରାଯାଇଛି।

‘ସମ୍ବାଦ’ ସଦାସର୍ବଦା ସମାଜ ସହିତ ଓତପ୍ରୋତ ଭାବେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଅନେକ ସାମାଜିକ କାର୍ଯ୍ୟକ୍ରମ କରି ଆସୁଛି। ଚଳିତ ବର୍ଷ ‘ସମ୍ବାଦ’ ପକ୍ଷରୁ ଏଭଳି ଏକ ନିଆରା ପ୍ରୟାସ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶିକା ଡା. ନିବେଦିତା ପାଣି ମୁଖ୍ୟ ବକ୍ତା ଭାବେ ଯୋଗଦେବେ। ଏହାସହ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe