ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଅଢ଼େଇ ବର୍ଷର ଝିଅ

Advertisment
ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଅଢ଼େଇ ବର୍ଷର ଝିଅ

ବୌଦ୍ଧ: ଶିଶୁ କନ୍ୟାଟିର ବୟସ ମାତ୍ର ଅଢ଼େଇ ବର୍ଷ । ଠିକ୍‌ ଭାବେ କଥା କହିପାରୁ ନଥିଲେ ହେଁ ପ୍ରଖର ସ୍ମରଣ ଶକ୍ତିର ଅଧିକାରିଣୀ। ଏହି ସ୍ବତନ୍ତ୍ର ପ୍ରତିଭା ପାଇଁ ଉକ୍ତ ଶିଶୁ କନ୍ୟାର ନାମ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ସେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମର ରଞ୍ଜିତ ପ୍ରଧାନ ଓ ଅନୁସୂୟା ବୁଧିଆଙ୍କ ଏକମାତ୍ର ସନ୍ତାନ ସ୍ବାତି ସମୀକ୍ଷା ପ୍ରଧାନ (ସିପି)। ଏଇ ବୟସରେ ସେ ଭାରତର ସମସ୍ତ ରାଜ୍ୟର ରାଜଧାନୀର ନାମ ସହ ୮ ଦେଶର ଜାତୀୟ ଚିହ୍ନ, ୩ଟି ମନ୍ତ୍ର, ୧୦ଟି ପୌରାଣିକ ପ୍ରଶ୍ନର ଉତ୍ତର, ଓଡ଼ିଆ, ହିନ୍ଦୀ ଓ ଓଡ଼ିଆ ଭାଷାର ବର୍ଣ୍ଣମାଳା, ୩୬ଟି ପଶୁ, ୨୦ଟି ପକ୍ଷୀ, ୨୦ ପ୍ରକାର ବିଭିନ୍ନ ଫଳ, ୨୦ ପ୍ରକାର ପନିପରିବା, ୮ ପ୍ରକାର ଫୁଲ, ୧୫ ପ୍ରକାର ଯାନବାହନ, ୧୫ ପ୍ରକାର ପୋକ, ମାନବ ଶରୀରର ୧୦ଟି ଅଙ୍ଗର ଇଂରାଜୀ ନାମ ଅନାୟାସରେ କହି ପାରୁଛି। ପୁରସ୍କାର ବାବଦରେ ତାକୁ ଏକ ମାନପତ୍ର, ମେଡାଲ, ଆଇକାର୍ଡ ଓ କଲମ ଆଦି ସଂସ୍ଥା ପକ୍ଷରୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe