ଏସ୍‌ଟିଏଫ୍‌ ପଞ୍ଝାରେ ଜଳେଶ୍ବରର ସେଖ୍‌ ଜୁମନ

ରିମାଣ୍ଡରେ ନକଲି ଭିଜିଲାନ୍‌ସ ଏସ୍‌ପି ମନୋଜ: ୩ ଦିନ ଜେରା କରିବ ଏସ୍‌ଟିଏଫ୍‌

ଜଳେଶ୍ୱର : ଜଳେଶ୍ବର ଥାନା ଝାଡ଼େଶ୍ୱରପୁର ଅଞ୍ଚଳରେ ଶୁକ୍ରବାର ସଂଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ୍‌ ଫୋର୍ସର ଏକ ଟିମ୍‌ ଛାନଭିନ୍‌ କରି ସେଖ୍‌ ବଦିରୁଦ୍ଦିନ ଓରଫ୍‌ ଜୁମନ୍‌କୁ ଉଠାଇ ନେଇଥିବା ଜଣାଯାଇଛି। ଜୁମନ ନାଁରେ ବ୍ରାଉନସୁଗାର କାରବାର ଅଭିଯୋଗ ଥିବାବେଳେ ପୂର୍ବରୁ ଏସ୍‌ଟିଏଫ୍‌ ତାକୁ ବାରମ୍ବାର ଧରିବାକୁ ଜାଲ ବିଛାଇଥିଲେ ହେଁ ବିଫଳ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଜଗତସିଂହପୁର ଜିଲ୍ଲାରୁ ଜଣେ ବ୍ରାଉନସୁଗର ବେପାରିକୁ ଏସଟିଏଫ୍‌ ଧରିବା ପରେ ତାକୁ ପଚରାଉଚୁରା ବେଳେ ସେ ଜଳେଶ୍ୱର ଝାଡ଼େଶ୍ୱରପୁରର ଜୁମନ ନିକଟରୁ ବ୍ରାଉନସୁଗାର ନେଉଥିବା କହିଥିଲା। ଏପରିକି ଜୁମନ ମୋବାଇଲ ନମ୍ବରରେ ସେ କଥା ହୋଇଥିବା ଏସ୍‌ଟିଏଫ୍‌କୁ ଜଣାଇଥିଲା। ଯାହାକୁ ଆଧାର ଜୁମନକୁ ଧରିବା ପାଇଁ ଏସଟିଏଫ ଜଳେଶ୍ବରରେ ପହଞ୍ଚିଥିଲା।

ଜୁମନ ଧରାପଡ଼ିବା ପରେ ଏସ୍‌ଟିଏଫ୍‌ ତାକୁ ଭୁବନେଶ୍ୱର ନେଇଥିବା ଜଣାପଡ଼ିଛି। ଏସ୍‌ଟିଏଫ୍‌ ଡିଏସ୍‌ପି ମନୋଜ କୁମାର ରାଉତଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ସୂଚନାଥାଉକି, ୨୦୨୦ ମସିହା ୭ ମାର୍ଚ୍ଚରେ ଜଳେଶ୍ୱର ପୁଲିସ ଜୁମନର ପୁଅ ଶେଖ ଜହିରୁଦ୍ଦିନ ଓରଫ୍‌ କାଲିଆଠାରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତାକୁ ଗିରଫ କରାଯାଇଥିଲା। ତା ବିରୋଧରେ ଏନ୍‌ଡିପିଏସ୍‌ ମାମଲା ଏବେବି ବିଚାରାଧୀନ ରହିଛି। ସେ ଏବେ ଜାମିନରେ ଥାଇ ବାହାରେ ବୁଲୁଥିବା ବେଳେ ତାର ବାପା ଜୁମନ ବ୍ରାଉନସୁଗାର କାରବାର କରୁଥିବା ଏସଟିଏଫ୍‌ ସୁରାକ ପାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe