ଅକାଳରେ ଝଡ଼ି ପଡିଥିବା ଯୁବକଙ୍କ ଶବକୁ ମଶାଣି ନେଲା ‘ଶେଷ ସାଥୀ’

Advertisment
ଅକାଳରେ ଝଡ଼ି ପଡିଥିବା ଯୁବକଙ୍କ ଶବକୁ ମଶାଣି ନେଲା ‘ଶେଷ ସାଥୀ’

ଭୁବନେଶ୍ବର: ଅକାଳରେ ଝଡ଼ି ପଡ଼ିଥିବା ଯୁବକ ରଘୁ ସିଂ (୨୦)ଙ୍କ ମୃତଦେହକୁ ‘‌ଶେଷ ସାଥୀ’ ନାମକ ଏକ ସଂସ୍ଥା ମଶାଣିକୁ ନେଇ ଅନ୍ତିମ ସତ୍କାର କରିଛି। ରଘୁ ସିଂ ହେଉଛନ୍ତି ବୌଦ୍ଧ ଜିଲ୍ଲା ନିବାସୀ। ସେ ଭୁବନେଶ୍ବରସ୍ଥିତ ଝାରପଡ଼ା ଅଞ୍ଚଳରେ ରହୁଥିଲେ। ପ୍ରଥମେ ଏକ ଇଟା ଭାଟି ଓ ପରବର୍ତ୍ତୀ ସମୟରେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରୁଥିଲେ। ପରିବାର କହିଲେ, ତାଙ୍କ ମା, ଭଉଣୀ ଓ ଦୁଇ ପିଲା। ଦୁର୍ଭାଗ୍ୟବଶତଃ, ଆଜି ହଠାତ୍ ହୃଦଘାତ କାରଣରୁ ରଘୁଙ୍କର ଅକାଳ ବିୟୋଗ ଘଟିଥିଲା।

publive-image

ଶେଷକୃତ୍ୟ କାର୍ଯ୍ୟ ଏବଂ ତାଙ୍କ କୋକେଇରେ କାନ୍ଧ ଦେବା ପାଇଁ ପରିବାରରେ କେହି ପୁରୁଷ ସଦସ୍ୟ ନଥିଲେ। ଜଗା ଚାକର ସଂଘ ଠାରୁ ଏହି ସମ୍ବନ୍ଧରେ  ସତ୍ୟନଗର ପୂର୍ବତନ କର୍ପୋରେଟର ଭାନୁପ୍ରିୟା ଦାସ ଖବର ପାଇ ‘ଓଡ଼ିଶା ମୋ ପରିବାର’ର ରାଜ୍ୟ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ। ପ୍ରଥମେ ଶ୍ରୀ ସାମନ୍ତରାୟ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସମସ୍ତ ପରିସ୍ଥିତିକୁ ସମୀକ୍ଷା କରିଥିଲେ। ଏହାପରେ ଜୟ ଓଡ଼ିଶାର ‘ଶେଷ ସାଥୀ’ ଗାଡ଼ି ଦ୍ଵାରା ରଘୁଙ୍କ ପାର୍ଥିବ ଶରୀରକୁ କ୍ୟାପିଟାଲ ହସ୍ପିଟାଲରୁ ସତ୍ୟନଗର ମଶାଣି ପର୍ଯ୍ୟନ୍ତ ନିଆଯାଇଥିଲା।

‘ଓଡ଼ିଶା ମୋ ପରିବାର’ର ସଦସ୍ୟମାନଙ୍କ ସହିତ ଜଗା ଚାକର ସଂଘର ସଦସ୍ୟ ସତ୍ୟନଗର ମଶାଣିରେ ଉପସ୍ଥିତ ରହି ସମସ୍ତ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟ ତଦାରଖ କରିଥିଲେ ଓ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଥିଲେ। ପରିଶେଷରେ ରଘୁଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe