photo file
ଭୁବନେଶ୍ବର : ଗାଁ ଗାଁରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ହେବେ କ୍ଷୁଦ୍ର-ମଧ୍ୟମ ଶିଳ୍ପୋଦ୍ୟୋଗୀ (ଏସ୍ଏମ୍ଇ)। ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ବ୍ୟବସାୟୀ। ଏଥିପାଇଁ ବର୍ଷକ ମଧ୍ୟରେ ରାଜ୍ୟସ୍ତରୀୟ ଫେଡେରେସନ ଗଠନ ହେବ। ଏହାଦ୍ବାରା ବିଭିନ୍ନ ନିର୍ଣ୍ଣାୟକ ନିଷ୍ପତ୍ତିରେ ମହିଳାଙ୍କ ଭାଗିଦାରୀ ବଢ଼ିବ ବୋଲି ମିସନ୍ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି।
ଆଜି କିଟ୍ କ୍ୟାମ୍ପସରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବୋଧନ କରିବା ଅବସରରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ, ମିସନ ଶକ୍ତି ଏବେ ଏକ ଅଭିଯାନ ହୋଇଛି। ଏହି ଅଭିଯାନରେ ମହିଳାମାନଙ୍କୁ ଅଧିକ ସଶକ୍ତୀକରଣ କରାଯିବ। ଏସ୍ଏଚ୍ଜିଗୁଡ଼ିକୁ ସଶକ୍ତ କରିବା ପାଇଁ ୬୮୦୦ କୋଟି ଟଙ୍କା ଋଣ ମହିଳାମାନଙ୍କୁ ଦିଆଯାଇଛି। ଏବର୍ଷ ୯ହଜାର କୋଟି ଦେବାକୁ ଯୋଜନା ହୋଇଛି। ୫ବର୍ଷରେ ଏସ୍ଏଚ୍ଜିଗୁଡ଼ିକୁ ୫୦ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ।
ସେହିପରି ୩ବର୍ଷରେ ୫୦୦ ମିସନ ଶକ୍ତି ବଜାର ସୃଷ୍ଟି କରାଯିବ। ବିଦେଶଷର ମହିଳାଙ୍କ ତିଆରି ଉତ୍ପାଦ ବିକ୍ରି କରିବାର ବ୍ୟବସ୍ଥା କରାଯିବ। ସୁସ୍ବାଦୁ ଖାଦ୍ୟେପୟ ବିକ୍ରି ପାଇଁ ବ୍ଲକ ସ୍ତରରେ ୫୦୦ ମିସନ୍ ଶକ୍ତି କାଫେ ଖୋଲିବ। ମିସନ୍ ଶକ୍ତି ମହିଳା ଲାଇନ୍ ମ୍ୟାନ୍ େହବେ। ଏଥିପାଇଁ ବର୍ଷେ ଯାଏଁ ଏସ୍ଏଚ୍ଜି ମହିଳାଙ୍କୁ ଲାଇନ ମ୍ୟାନ୍ ଟ୍ରେନିଂ ଦିଆଯିବ ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି।
Follow Us